ହରିଶ୍ଚନ୍ଦ୍ର ହରିଲୁଟ ଘଟଣାରେ ପିଇଓଙ୍କୁ କୋର୍ଟ ଚାଲାଣ କଲା ପୁଲିସ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତରେ ହରିଶ୍ଚନ୍ଦ୍ର ହରିଲୁଟ ଘଟଣାରେ ଗିରଫ ହୋଇଥିବା ପିଇଓ ନରହରି ନାୟକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ବିଫଳ ହୋଇଛି । ସୁଚନାରୁ ଜଣାଯାଇଛି ଯେ ବାଲିବରେଇ ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହେବାପରେ ଏହାର ଦୁଇ ଦୁଇଥର ତଦନ୍ତ କରାଯାଇଥିଲା । ଅନେକ ହିତାଧିକାରୀ ସହାୟତା ଟଙ୍କା ପାଇ ନଥିବାବେଳେ ଅନେକଙ୍କ ମୃତୁ୍ୟ ସମୟକୁ ଭିନ୍ନ ଭିନ୍ନ ତାରିଖରେ ଦେଖା ଯାଇଥିଲା । ଏପରି ଅନେକ ପ୍ରମାଣ ପାଇବାପରେ ଜିଲ୍ଲା ପ୍ରଶାସନ ଏହି ଘଟଣାରେ ଯଡିତ କର୍ମଚାରୀଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରିବାପାଇଁ ବିଡିଓଙ୍କୁ ନିଦେ୍ର୍ଦଶ ଦେଇଥିଲେ । ବିଡିଓ ବିନିତା ବିଜୟିନୀ ଏନେଇ ତତକାଳୀନ ସରପଞ୍ଚ, ପିଇଓ ଏବଂ ଜିଆରଏସଙ୍କ ନାମରେ ସୋସୋ ଥାନାରେ ଅଭିଯୋଗ କରିବାପରେ ପୁଲିସ ଥାନା କେସନଂ-ମ୭୮/୨୦୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତମାନେ ଏନେଇ ହାଇକୋର୍ଟରେ ଆଗୁଆ ଜାମିନି ପାଇଁ ଆବେଦନ କରି ଗିରଫକୁ ଏଡାଇବା ପାଇଁ ଲୁଚି ରହିଥିଲେ । ସୋସୋ ଥାନା ଆଇଆଇସି ସେମାନଙ୍କ ମୋବାଇଲ ଟ୍ରାକିଂ କରି ପିଇଓ ନରହରି ନାୟକଙ୍କୁ ଗତ ଶନିବାର ରାତିରେ ବାଲେଶ୍ୱର ଅଞ୍ଚଳରୁ ଉଠାଇ ଆଣିଥିଲା । ଗତକାଲି ନରହରିଙ୍କୁ ହାଟଡିଡି ଜେଏମ ଏଫସି କୋର୍ଟରେ ହାଜର କରାଇବା ପରେ ମାନ୍ୟବର କୋର୍ଟ ତାଙ୍କୁ ଜେଲ ହାଜତକୁ ପଠାଇଦେଇଥିଲା । କିନ୍ତୁ ପୁର୍ବତନ ସରପଞ୍ଚ ପ୍ରତିଭା ନାୟକ ଓ ଜିଆରଏସ ପୁର୍ଣ୍ଣେନ୍ଦୁ ଥାଟୋଇଙ୍କୁ ଗିରଫ କରିବାରେ ପୁଲିସ ଟାଳଟୁଳ ନୀତି ଅବଲମ୍ବନ କରୁଛି ବୋଲି ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ