ଓପିଟିସିଏଲ ଡିଜିଏମ ସତ୍ୟବ୍ରତ ରାଉତଙ୍କ ଅକାଳ ବିୟୋଗ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୁଲଣ ପଞ୍ଚାୟତ ଜଳସରପୁର ଗ୍ରାମର ବିଶିଷ୍ଟ ଶିକ୍ଷାବିତ ତଥା ପ୍ରବଚକ ହୃଷିକେଶ ରାଉତଙ୍କ ସୁପୁତ୍ର ତଥା ଝାରସୁଗୁଡାରେ ଓଡିଶା ପାୱାର ଟ୍ରାନସମିଶନ କର୍ପୋରେସନ ଲିମିଟେଡରେ ଡିଜିଏମ ଭାବେ କାର୍ଯ୍ୟରତ ସତ୍ୟବ୍ରତ ରାଉତଙ୍କ ୫୭ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ଗତ କିଛିଦିନ ଧରି ସେ ମସ୍ତିଷ୍କ ରୋଗରେ ପିଡିତ ଥାଇ ଚିକିତ୍ସିତ ହେଉଥିବାବେଳେ ଗତ କାଲି ସକାଳେ ଗୁରୁତର ଅସୁସ୍ଥ ଅବସ୍ଥାରେ ରାୟପୁର ଡାକ୍ତରଖାନାରୁ ଘରକୁ ଅଣାଯାଇଥିଲା । ଗତକାଲି ରାତି ୧୧ଟା ୪୦ମିନିଟ ସମୟରେ ତାଙ୍କର ପରଲୋକ ଘଟିଥିଲା । ମୃତୁ୍ୟ ଶଯ୍ୟା ନିକଟରେ ବାପା ହୃଷିକେଶ ରାଉତ, ମା ରୁକ୍ମଣୀ ରାଉତ, ବିଧବାପତ୍ନୀ ଦ୍ୱିପାଞ୍ଜଳୀ ରାଉତ, ଭାଇ ମନୋରଞ୍ଜନ, ସୁକାନ୍ତ, ଅଶୋକ, ପୁଅ ସନ୍ଦିପ ଶ୍ରୀନିବାସ, ଝିଅ ଅଙ୍କିତା, ପୁତୁରା ରାଜା, ଅଶିତ, ଜ୍ୟୋତି ପ୍ରକାଶ, ସୌମ୍ୟଜିତ, ଙ୍କ ସମେତ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ପରଲୋକ ଖବରପାଇ ପୁର୍ବତନ ବିଧାୟକ ମାୟାଧର ଜେନା, ପୁର୍ବତନ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ପୁର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ବିଜେଡି ନେତା ନାରାୟଣ ଜେନା, ବିମଳ କିଶୋର ଜେନା, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ,ବିଶ୍ୱନାଥ ନାୟକ, ଶଶିକାନ୍ତ ବିଶ୍ୱାଳ, ତ୍ରୀଲୋଚନ ସା, ରାମଚନ୍ଦ୍ର ରାଉତ, ଉମାକାନ୍ତ ରାଉତ, ଖଗେଶ୍ୱର ରାଉତ, ଅର୍ଜୁନ ଚରଣ ରାଉତ, ସରୋଜ ଚକ୍ର, ଅଭିରାମ ରାଉତ, ଦିଲ୍ଲିପ କୁମାର ମଲ୍ଲିକ, ଧିରେନ୍ଦ୍ର ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇବାପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁଅ ସନ୍ଦିପ ଶ୍ରୀନିବାସ ମୁଖାଗ୍ନି ଦେଇଥିବାବେଳେ ସଂସ୍କାର କାର୍ଯ୍ୟରେ ବନ୍ଧୁପରିଜନ ଓ ଗ୍ରାମବାସୀମାନେ ସାମିଲ ହୋଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ