ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟର‘ସିଟି ଅଲଟ୍ରାସାଉଣ୍ଡ ଏଣ୍ଡ ପାଥଲାବ’ ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା):ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟର ‘ସିଟି ଅଲଟ୍ରା ସାଉଣ୍ଡ ଏଣ୍ଡ ପାଥ ଲାବ’ ସହରର ଗୋପାଳଗାଁରେ ବୁଧବାର ଉଦଘାଟିତ ହୋଇଯାଇଛି । ଅତିରିକ୍ତ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର ଏହି ନୂତନ କେନ୍ଦ୍ରକୁ ଉଦଘାଟନ କରିବା ସହ ଅତ୍ୟାଧୁନିକ ପ୍ରଣାଳୀରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ପରୀକ୍ଷା ବାଲେଶ୍ୱରବାସୀଙ୍କ ପାଇଁ ବେଶ ଉପାଦେୟ ହେବ ବୋଲି ଆଶା ପ୍ରକାଶ କରିଥିଲେ । ଅଗ୍ନିଡେଣା ପତ୍ରିକାର ସମ୍ପାଦକ ବିଶିଷ୍ଟ ଶିକ୍ଷାବିତ ଡ. ପଙ୍କଜ କୁମାର ଜେନା ଏହି ଉଦଘାଟନୀ ଉତ୍ସବରେ ଯୋଗଦେଇ ଅତ୍ୟାଧୁନିକ ପାଥଲାବର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ବିଶ୍ୱନାଥ ସାହୁ ଓ ନିର୍ଦ୍ଦେଶିକା ଡାକ୍ତର ଶିଳ୍ପା ଦାଶଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସଠିକ ପରୀକ୍ଷା ଓ ନିର୍ଭୁଲ ରିପୋର୍ଟ ପ୍ରଦାନରେ ଏହି କେନ୍ଦ୍ର ସମସ୍ତଙ୍କ ପାଇଁ ସହାୟକ ହେବ ବୋଲି କହିିଥିଲେ । କେନ୍ଦ୍ରର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ସାହୁ ଏହି ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରିବା ସହିତ ଏଠାରେ ଜନସାଧାରଣଙ୍କ ପାଇଁ ଉପଲବ୍ଧ ସ୍ୱଳ୍ପ ମୂଲ୍ୟଯୁକ୍ତ ବିଭିନ୍ନ ପରୀକ୍ଷା ସମ୍ପର୍କରେ ସୂଚନା ଦେଇଥିଲେ । ବିଶେଷ କରି ଅତ୍ୟାଧୁନି ଯନ୍ତ୍ରପାତି ସାହାଯ୍ୟରେ ବିଭିନ୍ନ ପ୍ରକାରର ସଠିକ ପରୀକ୍ଷା ଧାର୍ଯ୍ୟ ସମୟ ମଧ୍ୟରେ ହୋଇପାରିବ ବୋଲି ସେ କହିଥିଲେ । ନିର୍ଦ୍ଦେଶିକା ଡାକ୍ତର ଶିଳ୍ପା ଦାସ ପାଥଲାବର ବିଭିନ୍ନ ଉପାଦେୟ ବିଷୟ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କାମିନୀକାନ୍ତ ସାହୁ, ମାୟାଧର ବହଳ, ଘନଶ୍ୟମା ବିଶ୍ୱାଳ, କୈଳାସ ସ୍ୱାଇଁ, ରୋହିତ ସାସମଲ, ମାନସ କୁମାର ସାମନ୍ତ ପ୍ରମୁଖ ଏହି ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିିଲେ ।


