ତିରିଂ ବଡଡାଳିମାରେ ବିଶାଳ ଜନ ସମ୍ପର୍କ ପଦଯାତ୍ରା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ତିରିଂ’ବ୍ଲକ ର ବଡଡାଳିମା ଗ୍ରାମପଞ୍ଚାତ ବଡଡାଳିମା ଠାରେ ବିଜେଡି ପକ୍ଷରୁ ତିରିଂ’ ଜିଲ୍ଲା ପରିଷଦ ସଭ୍ୟ ପରେଶ ଚନ୍ଦ୍ର ମୁଣ୍ଡା’ଙ୍କ ସଂଯୋଜନା ଓ ବ୍ଲକ ସଭାପତି ବଳଦେବ ହେମ୍ବ୍ରମ’ଙ୍କ ନେତୃତ୍ବରେ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଉଦଯାପିତ ହୋଇ ଯାଇଛି।ତିରିଂ’ବ୍ଲକ ର ୧୦’ ଟି ପଞ୍ଚାୟତ ମଧ୍ୟରୁ ପର୍ଯ୍ୟାୟ କ୍ରମେ ସମସ୍ତ ୯’ ଟି ଗ୍ରାମପଞ୍ଚାତ ର ଗ୍ରାମ ଗୁଡିକରେ ସଫଳତାର ସହିତ ଜନ ସମ୍ପର୍କ ପଦଯାତ୍ରା ସମ୍ପନ୍ନ ହୋଇଥିବାବେଳେ ବଡଡାଳିମା ଗ୍ରାମପଞ୍ଚାତ ବଡଡାଳିମା ଠାରେ ୨’ ତାରିଖ ଦିନ ବିଶାଳ ଜନ ସମାବେଶରେ ଜନ ସମ୍ପର୍କ ପଦଯାତ୍ରା ସମ୍ପନ୍ନ ହୋଇ ଯାଇଛି।ଏହି ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି ଏବଂ ସମ୍ମାନୀୟ ଅତିଥି ଭାବେ ବିଜେଡି ଜିଲ୍ଲା ସଭାପତି କାଶିନାଥ ହେମ୍ବ୍ରମ, ଜିଲ୍ଲା ଉପସଭାପତି ସୁବାଷ ମଣ୍ଡଳ ଯୋଗ ଦେଇଥିବାବେଳେ ଏଥିରେ ବାମନଘାଟୀ ଉପଖଣ୍ଡର ଅଧିକାଂଶ ଜଣାଶୁଣା ନେତାଗଣ ଭାଗନେଇ ପଦଯାତ୍ରାରେ ସାମିଲ ହୋଇଥିଲେ।ପଦଯାତ୍ରା ବେଳେ ବିଭିନ୍ନ ଆଦିବାସୀ ବାଦ୍ୟ ନୃତ୍ୟରେ ବଡଡାଳିମା ବଜାର ଓ ଗ୍ରାମ ଅଞ୍ଚଳ ପ୍ରକମ୍ପିତ ହୋଇଥିବା ଦେଖିବାକୁ ମିଳିଥିଲା। ବିଜେଡିର ଦଳୀୟ ପତାକା ରେ ରାସ୍ତାଘାଟ ଗଳିକନ୍ଦି ଆଚ୍ଛାଦିତ ହୋଇଥିବାବେଳେ ପଦଯାତ୍ରାରେ ଦଳୀୟ ସମର୍ଥକ ଓ ମହିଳା ସମର୍ଥକ ବହୁ ସଂଖ୍ୟାରେ ଯୋଗ ଦେଇ ବିଶାଳ ରାଲିରେ ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ’ଙ୍କ ଜନକଲ୍ୟାଣ ଯୋଜନା ଗୁଡିକ ବିଷୟରେ ଲୋକଙ୍କୁ ସଚେତନ କରି ଜନସମ୍ପର୍କ ପଦଯାତ୍ରା ସମ୍ପନ୍ନ କରିଥିଲେ।ପଦଯାତ୍ରାରେ ବିଜେଡି ନେତା ଡା. ଦେବାଶିଷ ମାର୍ଣ୍ଡି’ଙ୍କ ସହିତ କାଶିନାଥ ହେମ୍ବ୍ରମ, ସୁବାଷ ମଣ୍ଡଳ, ବଳଦେବ ହେମ୍ବ୍ରମ, ପରେଶଚନ୍ଦ୍ର ମୁଣ୍ଡା, ସାଇବା ସୁଶିଲ କୁମାର ହାଁସଦାଃ, ଉତ୍ତମ ମହାପାତ୍ର, ପରମେଶ୍ବର ସାମାଡ, ଜଲେନ୍ ବାର୍ଦା, ଜନତା ବସା, କାପୁରା ମୁର୍ମୁ, ପ୍ରତିଭା ମହାନ୍ତ, ଜେମାମଣୀ ଶୁଣ୍ଢି, ନାଏକେ ଶୁଣ୍ଢି, ରାଜୁ ବସା, ପାର୍ଥ ଷଡଙ୍ଗୀ, କ୍ଷୀରଦ ସି, ସତ୍ୟବାନ ପ୍ରଧାନ, ବାବଲୁ ଟୁଡୁ, ସୂର୍ଯ୍ୟମଣୀ ହାଁସଦାଃ ଏବଂ ସ୍ବରୁପ ବେହେରା ପ୍ରମୁଖ ଶତାଧିକ ବିଜେଡି ନେତା ଓ ନେତ୍ରୀଗଣ ପଦଯାତ୍ରାରେ ସାମିଲ ହୋଇଥିଲେ।ବଡଡାଳିମାରେ ଅନୁଷ୍ଠିତ ଏହି ବିଶାଳ ପଦଯାତ୍ରା ଜରିଆରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ବର୍ତ୍ତମାନ ଠାରୁ ପ୍ରସ୍ତୁତ ବୋଲି ବାର୍ତ୍ତା ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ