ସମାଜ ମଙ୍ଗଳ ହୁଣ୍ଡିଦାନ କାର୍ଯ୍ୟକ୍ରମ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏ ମାଟିକୁ ନମସ୍କାର ସଙ୍ଗୀତ ରିଲିଜ୍‌

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କର୍କଟ ପୀଡ଼ିତଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠା କରାଯାଇଥିବା ସମାଜ ମଙ୍ଗଳ ହୁଣ୍ଡିର ହୁଣ୍ଡିଦାନ କାର୍ଯ୍ୟକ୍ରମ ‘ଉତ୍କଳ ସାମ୍ବାଦିକ ସଂଘ’ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ସମାଜ ମଙ୍ଗଳ ହୁଣ୍ଡିର ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର, ଚଳଚ୍ଚିତ୍ର ଅଭିନେତା ରବି ମିଶ୍ର, ୱେବ୍ ମିଡ଼ିଆ ସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ଦାସ, ସମାଜସେବୀ ତଥା ସ୍ତମ୍ଭକାର ଡା. ବନ୍ଦନା ହରିଚନ୍ଦନ, ସମାଜସେବୀ ସସ୍ମିତା ଦାସ, ଯୁବନେତା ଦିଲ୍ଲୀପ ସେନାପତି, ସମାଜସେବୀ ବାପି ମହାନ୍ତି, ସମାଜସେବୀ ଧୀରେନ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ । ଏହା ସହ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଆଗମନ ଅବସରରେ ତାଙ୍କ ଉପରେ ଏକ ସଙ୍ଗୀତ “ଏ ମାଟିକୁ ନମସ୍କାର”ର ଅଡ଼ିଓ ରିଲିଜ ହୋଇଥିଲା । ଜେବି ପ୍ରଡ଼କ୍‌ସନ୍ ପ୍ରସ୍ତୁତି ଏହି ଗୀତରେ ମୁନୁ ପାଗଳ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ କଣ୍ଠଦାନ କରିଛନ୍ତି ଅର୍ପିତା ଚୌଧୁରୀ, ଗୀତ ଲେଖିଛନ୍ତି ନିର୍ମଳା ସାହୁ, ପ୍ରଯୋଜନା କରିଛିନ୍ତି ଶୀତୁ ଶିତେଶ । ସମାଜମଙ୍ଗଳ ହୁଣ୍ଡିରୁ ଆଦାୟ ମୋଟ ଅର୍ଥରାଶି ୧୭ ହଜାର ୯ ଶହ ପଞ୍ଚାନବେ ଟଙ୍କା ଅତିଥିମାନଙ୍କ ହସ୍ତରେ କର୍କଟ ପୀଡ଼ିତା ଶ୍ରୀମତୀ ବିସ୍ମିତା ଚୌଧୁରୀଙ୍କୁ ପ୍ରଦାନ କରାଯାଇଥିଲା । ଏହି ହୁଣ୍ଡି କାର୍ଯ୍ୟକ୍ରମ ମୋହିତ ଫାଉଣ୍ଡେସନ୍ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ଧନ୍ୟବାଦ ଅର୍ପଣ କରିଥିଲେ ରକ୍ତଦାତା ତନ୍ମୟ ସାମନ୍ତରାୟ । ରୋହିତ ନାୟକ, ପ୍ରମୋଦ ପତି, ବିଜୟ ମଲ୍ଲିକ, ଜିତେନ୍ଦ୍ର ସାହୁ, ସରୋଜ ବିଶ୍ୱାଳ, ରୀନାରାଣୀ, ଜ୍ୟୋତି ପଣ୍ଡା, ଭୁବନାନନ୍ଦ ସାମନ୍ତ, ଚିତ୍ତରଞ୍ଜନ ଦାସ, ସୁରେନ୍ଦ୍ର, ରାଜ କୁମାର, ବିଶ୍ୱଜିତ, ଶିବୁ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ