୨ୟ ରାଜ୍ୟସ୍ତରୀୟ ମା ଗଡଚଣ୍ଡୀ କପ କି୍ରକେଟ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ
ହାଟଡ଼ିହି, (ବିକାଶ ବିଶ୍ୱାଳ):ପ୍ରାଣବଲ୍ଲବ ମିନି ଷ୍ଟାଡିୟମ ଠାରେ ୨ୟ ରାଜ୍ୟସ୍ତରୀୟ ମା ଗଡଚଣ୍ଡୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ସୁଧାଶୁଂ ଭୂଷଣ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ ପ୍ରଦୁ୍ୟମ୍ନ ପାତ୍ର,ସହ ସମ୍ପାଦକ ଧନଞ୍ଜୟ ପାତ୍ର, ଉପସଭାପତି ପ୍ରଦୁ୍ୟମ୍ନ ରାଉତ, କୋଷାଧ୍ୟକ୍ଷ ଜନ୍ମେଜ ପାତ୍ର, ସଂଗଠନର ସଦସ୍ୟ ତରଣୀସେନ ମଲ୍ଲିକ, ମଧୁସୁଦନ ରାଉତ, ଅଳେଖ ପାତ୍ର, ଖଗେଶ୍ୱର ମଲ୍ଲିକ, ଶୁକଦେବ ସାହୁ, ପଦ୍ମନାଭ ସାମଲ, ବିଜୟ ଜେନା, ବଳରାମ ଜେନା, ହେମନ୍ତ ସାମଲ ପ୍ରମୁଖ ଉପସ୍ଥିତ ରହି ଚଳିତବର୍ଷର ଏହି ଟୁର୍ଣ୍ଣାମେଣ୍ଟକୁ କିପରି ସରଶ ସୁନ୍ଦର ଭାବେ କରାଯାଇ ପାରିବ ସେନେଇ ଆଲୋଚନା କରିଥିଲେ । ଚଳିତବର୍ଷ ଅଧିକ ସଂଖ୍ୟକ ଦଳକୁ ସାମିଲ କରାଯିବା ସହିତ ଆସନ୍ତା ଜାନୁୟାରୀ ୫ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ କରାଯିବାକୁ ବୈଠକରେ ନିଷ୍ପତି ହୋଇଥିଲା ।


