କଦମଡିହାରେ ଭାରତ ମୁଣ୍ଡା (ତାମୁଡିଆ) ସମାଜ ସମ୍ମିଳନୀ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବାସିଙ୍ଗି ପଞ୍ଚାୟତ କଦମଡିହା ଗ୍ରାମରେ ବିର୍ଷା ମୁଣ୍ଡା କ୍ଲବ କଦମଡିହା ପକ୍ଷରୁ ଭାରତ ମୁଣ୍ଡା (ତାମୁଡିଆ) ସମାଜ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସାମାଜିକ ସମ୍ମିଳନୀରେ ସୁନ୍ଦରଗଡ, କେନ୍ଦୁଝର, ଝାରଖଣ୍ଡ ଏବଂ ମୟୁରଭଞ୍ଜ ଜିଲ୍ଲା ର ବିଭିନ୍ନ ସ୍ଥାନରୁ ତାମୁଡିଆ, ମୁଣ୍ଡା ସମାଜ ର ସଂଗଠକ ଓ କର୍ମକର୍ତ୍ତା’ ମାନେ ପହଞ୍ଚି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଭାରତ ମୁଣ୍ଡା ସମାଜ ସଂଗଠନ ସଭାପତି ରବିନ୍ଦ୍ରନାଥ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଆନନ୍ଦ ନାଗ (ସୁନ୍ଦରଗଡ), ମଙ୍ଗଲ ମୁଣ୍ଡା, ଶ୍ରୀରାମ ନାଗ, ସୋନୀ ସୁଲାଙ୍କି, ଝାଡେଶ୍ବର ସିଂ ସାଣ୍ଡିଲ, ଶଙ୍କର ଟୁଟି (ଜାମସେଦପୁର) ଦିନେଶ ମୁଣ୍ଡା (ରେଡମ), ରପୁଲ ମୁଣ୍ଡା, ଜୟରାମ ତାମୁଡିଆ, ଯାଇଫୁଲ ତାମୁଡିଆ ଏବଂ ମଙ୍ଗଲ ମୁଣ୍ଡା’ଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ସମାଜ ସଂଗଠକ ଲକ୍ଷ୍ମୀଧର ତାମୁଡିଆ ଅତିଥି ପରିଚୟ ପ୍ରଦାନ ସହିତ ମଞ୍ଚ ପରିଚାଳନା କରିଥିଲେ।
ଭାରତ ମୁଣ୍ଡା ସମାଜ ସମ୍ମିଳନୀ ରେ ଉପସ୍ଥିତ ସାଧାରଣ’ଙ୍କୁ ଅତିଥି ମାନେ ଆଦିବାସୀ ମୁଣ୍ଡା ସମାଜ ର ସଂସ୍କୃତି, ପରମ୍ପରା, ଭାଷା, ରିତିନିତୀ, ପରିଧାନ କୁ ଆପଣାଇ ଶିକ୍ଷା ଓ ଜୀବନ ଜୀବିକା କ୍ଷେତ୍ରରେ ସ୍ଥାପିତ ହେବାକୁ ଆହ୍ବାନ ଦେଇଥିଲେ। ଅନ୍ଧକାରରେ ଆଲୁଅ ପ୍ରାପ୍ତି ର ଏକମାତ୍ର ଉପାୟ ଶିକ୍ଷା, କୌଣସି ସମାଜ ବା ଜାତିକୁ ସମ୍ବୃଦ୍ଧି ପ୍ରଦାନ କରିବାରେ ଶିକ୍ଷା ହିଁ ସହାୟକ ହୋଇଥାଏ ବୋଲି ବକ୍ତବ୍ୟରେ ଅତିଥିମାନେ ପ୍ରକାଶ କରିଥିଲେ। ସୂଚନା ଅନୁସାରେ ତାମୁଡିଆ ସମାଜ ମୁଣ୍ଡା ସମାଜ ର ଏକ ଅଂଶ ବା ଶ୍ରେଣୀର ହୋଇଥିବା ସତ୍ବେ ଓଡିଶାରେ ଆଦିବାସୀ ମାନ୍ୟତା ପ୍ରଦାନ କରାଯାଇ ନାହିଁ। ମୁଣ୍ଡା ସମାଜ ସହିତ ତାମୁଡିଆ ସମାଜ ର ମଧ୍ୟ ସମାନ୍ତରାଳ ଭାଷା, ସଂସ୍କୃତି, ପରମ୍ପରା, ପରିଧାନ ଆଦି ରହିଥିବା ସତ୍ବେ ଆଦିବାସୀ ଶ୍ରେଣୀଭୂକ୍ତ ନହେବା ଦୁଃଖର ବିଷୟ ଯାହା ଫଳରେ ତାମୁଡିଆ ସମାଜ ନିଜ ପ୍ରକୃତ ପରିଚୟ ପାଇବାରୁ ବଞ୍ଚିତ ହେଉଛନ୍ତି। ତାମୁଡିଆ ସମାଜ କୁ ଆଦିବାସୀ ମାନ୍ୟତା ପରିବର୍ତ୍ତେ ହରିଜନ, ଓବିସି ଇତ୍ୟାଦି ଶ୍ରେଣୀ ରେ ଜାତିଭୁକ୍ତ କରାଯାଉଥିବା ଜଣା ପଡିଛି। ଭାରତ ମୁଣ୍ଡା ସମାଜ ସଂଗଠନ ପକ୍ଷରୁ ଏହାକୁ ଦୃଢ ବିରୋଧ କରାଯିବା ସହିତ ତାମୁଡିଆ ସମାଜକୁ ଆଦିବାସୀ ଶ୍ରେଣୀଭୂକ୍ତ କରିବାକୁ ଦାବି ଜଣାଇଛନ୍ତି ଏବଂ ଏନେଇ ତାମୁଡିଆ ମୁଣ୍ଡା ସମାଜ ର ଲୋକଙ୍କୁ ସଚେତନ ହେବା ସହିତ ଏକଜୁଟ ହୋଇ ଦୃଢ ଦାବି ଜଣାଇବାକୁ ସମ୍ମିଳନୀ ରେ ଆହ୍ବାନ ଦିଆ ଯାଇଛି। ତାମୁଡିଆ, ମୁଣ୍ଡା ଭାଷାଭାଷି ଲୋକଙ୍କ ସ୍ବତନ୍ତ୍ର ମୁଣ୍ଡାରୀ ବାନୀ ଲିପିରେ ବିଭିନ୍ନ ସ୍ଥାନରେ ଶିକ୍ଷା ଗ୍ରହଣ ସହିତ ଶିକ୍ଷାନୁଷ୍ଠାନ ମାନଙ୍କରେ ପାଠପଢା ଚାଲିଥିବାବେଳେ ମୁଣ୍ଡାରୀ ବାନୀ ଲିପିରେ ବହୁଳ ଭାବେ ଶିକ୍ଷା ଗ୍ରହଣ କରାଯିବାକୁ ତାମୁଡିଆ, ମୁଣ୍ଡା ସମାଜ କୁ ଆହ୍ବାନ ଦିଆ ଯାଇଛି। ଝାରଖଣ୍ଡ ରାଜ୍ୟରେ ତାମୁଡିଆ ସମାଜକୁ ଆଦିବାସୀ ମାନ୍ୟତା ମିଳିଥିବା ବେଳେ ଓଡିଶାରେ ମଧ୍ୟ ତାମୁଡିଆ ସମାଜକୁ ଆଦିବାସୀ ମାନ୍ୟତା ପ୍ରଦାନ କରାଯିବା ଦାବିରେ ଆଗାମୀ ଦିନରେ ଯୋରଦାର ଆନ୍ଦୋଳନ ସହିତ ଦୃଢ ଦାବି ଉପସ୍ଥାପନ ନେଇ ପ୍ରସ୍ତୁତି ଚାଲିଥିବା ଜଣା ପଡିଛି। କାର୍ଯ୍ୟକ୍ରମ ବିଶେଷ ମୁହୁର୍ତ୍ତରେ ପାରମ୍ପାରିକ ତାମୁଡିଆ ମୁଣ୍ଡା ବାଦ୍ୟ, ନୃତ୍ୟ, ଗୀତରେ ଦୁଲୁକୀ ଉଠିଥିଲା ରାଉରକେଲା ରୁ ପହଞ୍ଚି ଥିବା କଣ୍ଠଶିଳ୍ପି ବସନ୍ତ ସାଣ୍ଡିଲ ଓ ସନ୍ନୀ ସୁଲାଙ୍କି’ଙ୍କ ତାମୁଡିଆ ମୁଣ୍ଡା ଭାଷା ର ଗୀତ ସମସ୍ତ’ଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ବିର୍ଷା ମୁଣ୍ଡା କ୍ଲବ କଦମଡିହା ସଂଗଠନ ସଦସ୍ୟ ଘାଷିରାମ ତାମୁଡିଆ, ଅନଜ ତାମୁଡିଆ, ଗୁରୁଚରଣ ମୁଣ୍ଡା ଏବଂ ଶଙ୍କର ତାମୁଡିଆ ପ୍ରମୁଖ’ଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ