ବନବାସୀ ସେବା ସମିତି ସୁବର୍ଣ୍ଣ ଜୟନ୍ତୀ ଦ୍ୱିତୀୟ ଦିନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ବନବାସୀ ସେବା ସମିତିର ସୁବର୍ଣ୍ଣ ଜୟନ୍ତୀ ଏବଂ ସ୍ୱର୍ଗତ ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ଜୟନ୍ତି ଦୁଇଦିନ ଧରି ପାଳନ କରାଯାଇଛି । ପ୍ରତମ ଦିନରେ ବିଧାୟକ ସମେତ ଜିଲ୍ଲାପରିଷଦ ଅଧକ୍ଷା ଓ ଏନଏସି ଅଧକ୍ଷ ମାନେ ଅତିଥୀ ହୋଇଆସିଥିଲେ । ଦ୍ୱିତିୟ ଦିବସରେ ବସଷ୍ଟାଣ୍ଡ ନିକଟରେ ଥିବା ସ୍ୱର୍ଗତ ଆଜ୍ଞାଙ୍କ ପ୍ରତିମୁର୍ତ୍ତୀରେ ଅନ୍ତେବାସୀ ଓ ଅତିଥୀ ମାନେ ଫୁମାଣ ଦେବା ସହ ସ୍ମୃତିଚାରଣ କରିଥିଲେ । ଦୁଇଟି ଅଧିବଶେନରେ ସଭାକାର୍ଯ୍ୟ ହୋଇଥିଲା । ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥୀ ଭାବେ ନୟନ ଚାନ୍ଦ ହେମରମା ସଭାପତି.ଭାରତୀୟ ଆଦିମଜାତି ସେବକ ସଂଘ ନୁଆଦିଲ୍ଲୀ ,ସମ୍ମାନୀତ ଅତିଥୀ ଭାବେ ସିଆରପିଏଫର ଦ୍ୱୀତିୟ କମାଣ୍ଡେଣ୍ଡ ମାଉଲୀମୋହନ କୁମାର,ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜିଆ ରାଘେବେନ୍ଦ୍ର,ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଡଃ ବିଭୁତି ଭୁଷଣ ଆଚାର୍ଯ୍ୟ ,ବନବାସୀ ସେବା ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ପ୍ରମୁଖ ମଂଚାସୀନ ଥିଲେ । ସହସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଅତିଥୀ ପରିଚୟ ସ୍ୱାଗତ ଅଭିଭାଷଣ ରଖିଥିଲେ । ଏକ ବହି ବନବାସୀ ଆଜ୍ଞା ବହିକୁ ଉନ୍ମୋଚନ ଅତିଥୀଙ୍କ ଦ୍ୱାରା କରାଯାଇଥିଲା । ଦ୍ୱୀତିୟ ଅଧିବେଶନରେ ମଧ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଂଚାଚସୀନ ଥିଲେ ସେମାନେ ହେଲେ ସିଡିପିଓ ଅନିତା ଦାସ,ରଶ୍ମିତା କରଣ ଡିପିସିଓ,ମୁଖ୍ୟଅତିôଥି ଦାମଦୋର ସାହୁ ସଭାପତି ହିନ୍ଦ ସେବକ ସଂଘ ପୁନେ,ସିଡବ୍ଲୁସି ଅଦକ୍ଷ ବେହେରା ଅନୁଷ୍ଠାନର ସମ୍ପାଦକ,ସହ ସମ୍ପାଦକ ଓ ଅନ୍ୟମାନେ ମଂଚାସୀନ ଥିଲେ ଅନୁଷ୍‌ଠାନର ଅନ୍ତେବାଷି ସହଯୋଗ କରିଥିଲେ । ସଂନ୍ଧ୍ୟା ସମୟରେ ଅନ୍ତେବାଷୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କା୍‌ର୍ଯ୍ୟକ୍ରମ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ