ଇଞ୍ଚୋଳରେ ବାବା ଧବଳେଶ୍ୱର ପୁଜାତ୍ସୋବ ଉଦଯାପିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଇଞ୍ଚୋଳ ଠାରେ ଦୀର୍ଘ ୭ଦିନ ଧରି ଚାଲିଥିବା ବାବା ଧବଳେଶ୍ୱରଙ୍କ ପୂଜାତ୍ସୋବ ଉଦଯାପିତ ହୋଇଯାଇଛି । ଏଥିଲାଗି ମନ୍ଦିର ପରିସରକୁ ରଙ୍ଗିନ ଆଲୋକ ମାଳାରେ ସଜ୍ଜିତ କରାଯାଇ ଥିବାବେଳେ ୭ଦିନ ଧରି ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଥିଲା । ଶନିବାର ସନ୍ଧ୍ୟାରେ ଆୟୋଜିତ ଉଦଯାପନି ସଭାରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ମୁଖ୍ୟ ବକ୍ତା ଭାବେ ବ୍ଲକ ଅଧ୍ୟକ୍ଷା ତଥା ବ୍ଲକ ମହିଳା ବିଜେଡି ସଭାନେତ୍ରୀ ସାବିତ୍ରୀ ସେଠୀ, ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଇଞ୍ଚୋଳ ପଞ୍ଚାୟତର ସରପଞ୍ଚ ସଶ୍ମିତା ମହାପାତ୍ର, ଇଞ୍ଚୋଳ ପଞ୍ଚାୟତ ବିଜେଡି ସଭାପତି ଅଭିମନୁ୍ୟ ସେଠୀ, ଇଞ୍ଚୋଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ଗଙ୍ଗାଧର ପତି, ଏମ.ଇ. ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଗାଁ ମାନଙ୍କରେ ହେଉଥିବା ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ଗାଁରେ ଭାଇଚାରା ଓ ଏକତା ବଜାୟ ରହେ ବୋଲି ମତବ୍ୟକ୍ତ କରିଥିଲେ । ଧବଳେଶ୍ୱର ପୂଜା କମିଟି ସଦସ୍ୟ ଅଭିମନୁ୍ୟ ନାୟକ, ଶ୍ରୀମନ୍ତ ନାୟକ, ପ୍ରଦୀପ ପରିଡା, ସରୋଜ ପରିଡା, ପ୍ରଦୁ୍ୟମ୍ନ ସୁଆର, ସୁକାନ୍ତ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପପୁ ପମପମଙ୍କ କମେଡି ଦର୍ଶକଙ୍କ ମନମୋହିଥିଲା ।