ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ଡାକରା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ(ନୂତନ ପେନସନ ଯୋଜନା ଭୁକ୍ତ) କର୍ମକର୍ତ୍ତା ମାନଙ୍କର ନିଷ୍ପତ୍ତିକ୍ରମେ ଆସନ୍ତା ଶନିବାର ବନ୍ତ ଠାରେ ଏକ ଆନ୍ଦୋଳନ ଡାକରା ଦିଆଯାଇଛି । ବନ୍ତସ୍ଥିତ ଜଳସେଚନ କାର୍ଯ୍ୟାଳୟ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ôଚ ୩ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରାଯିବ । ଏହି ଆନ୍ଦୋଳନରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଯୋଗ ଦେବାକୁ ସଂଘର ସଭାପତି ସନାତନ ଦାସ ଓ ସଂପାଦକ ନରେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି ।