ବାଲି ଉତ୍ତୋଳନ ପରିବେଶୀୟ ମଞ୍ଜୁରୀ ପାଇଁ ସର୍ବସାଧାରଣ ଶୁଣାଣି
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ତହସିଲ ଅନ୍ତର୍ଗତ ବରଙ୍ଗ ଗ୍ରାମରେ ୬.୦୭୦ ହେକ୍ଟର ପରିମିତ ଅଞ୍ଚଳରେ ଅବସ୍ଥିତ ଋଷିକୂଲ୍ୟା ବାଲିଘାଟରୁ ବାର୍ଷିକ ୨୭,୩୦୦ ଘନ ମିଟର ବାଲି ଉତ୍ତୋଳନ ନିମନ୍ତେ ପରିବେଶୀୟ ମଞ୍ଜୁରୀ ପାଇଁ ସର୍ବସାଧାରଣ ଶୁଣାଣି ବଡମାଧପୁର ଦକ୍ଷିଣ କାଳୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ଅଧ୍ୟକ୍ଷତା କରିଥିବାବେଳେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବ୍ରହ୍ମପୁର ଆଞ୍ଚଳିକ ଅଧିକାରୀ ଦୀପକ କୁମାର ସାହୁ, ଛତ୍ରପୁର ଥାନା ସେକେଣ୍ଡ ଅଫିସର ସୁନିଲ୍ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଉକ୍ତ ସର୍ବସାଧାରଣ ଶୁଣାଣିରେ ୫ ଜଣ ବ୍ୟକ୍ତି ଅଞ୍ଚଳର ପରିବେଶ ସୁରକ୍ଷା ନିମନ୍ତେ ନିଜ ନିଜ ମତ ରଖିଥିଲେ।


