ଦିଗପହଣ୍ଡି ଅଙ୍ଗନୱାଡ଼ି ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଭାରତୀୟ ମଜଦୂର ସଂଘ ର ସହବନ୍ଧିତ ରାଜ୍ୟ ଅଙ୍ଗନୱାଡ଼ି କର୍ମୀ ସଙ୍ଘର ଡାକରା କ୍ରମେ ଦିଗପହଣ୍ଡି ଅଙ୍ଗନୱାଡ଼ି କର୍ମୀ ସଙ୍ଘ ଶାଖା ପକ୍ଷରୁ ୧୮ ଦଫା ଦାବି ପୂରଣ ନେଇ ଶୁକ୍ରବାର ସ୍ଥାନୀୟ ତହସିଲଦାର ସିପକ କୁମାର ପାତ୍ର ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ସୂଚନା ପ୍ରକାରେ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କ ୧୮ ଦଫା ନେଇ ଆସନ୍ତା ୨୧ ତାରିଖ ଠାରୁ ସମ୍ପୂର୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବା ନେଇ ରାଜ୍ୟ ଅଙ୍ଗନୱାଡ଼ି ସଙ୍ଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ଏହାକୁ ସମର୍ଥନ ଜଣାଇ ଦିଗପହଣ୍ଡି ଅଙ୍ଗନୱାଡ଼ି କର୍ମୀ ସଙ୍ଘ ସଭାନେତ୍ରୀ ବନିତା ପାତ୍ର ଙ୍କ ନେତୃତ୍ୱ ରେ ଶାଖା ସମ୍ପାଦିକା ତଥା ଗଞ୍ଜାମ ଜିଲ୍ଲା ସଙ୍ଘ କୋଷାଧକ୍ଷ ସୁଲୋଚନା ରଥ, ଅଙ୍ଗନୱାଡ଼ି କର୍ମୀ ସୁମିତ୍ରା ପଣ୍ଡା, ପ୍ରଭାସିନୀ ପାଣିଗ୍ରାହୀ, ସୁନିତା ପଣ୍ଡା, କାମାକ୍ଷୀ ସେଠି, ମିତାଞ୍ଜଳି ସ୍ୱାଇଁ, ରେଣୁବାଳା ପ୍ରଧାନ ଆଦି ବହୁ ଅଙ୍ଗନବାଡି କର୍ମୀ ମିଳିତ ଭାବେ ୧୮ ଦଫା ଦାବି ନେଇ ସ୍ଥାନୀୟ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ସି ଡ଼ି ପି ଓ ପୁଷ୍ପାଞ୍ଜଳି ଶତପଥୀ, ବିଡ଼ିଓ ହଳଧର ଶବର, ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଙ୍କୁ ମଧ୍ୟ ଦାବି ପତ୍ର ପ୍ରଦାନ କରିଥିବା ଜଣାପଡିଛି।


