ନୂତନ ଏବିଇଓ ଙ୍କୁ ଶିକ୍ଷକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକର ନୂତନ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ( ଏବିଇଓ ) ଭାବେ ସୀମାଞ୍ଚଳ ସେଠୀ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏବିଇଓ ଶ୍ରୀ ସେଠୀ ଏହା ପୂର୍ବରୁ ବୁଗୁଡା ବ୍ଲକ ତାଳସାକର ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ। ପଦୋନ୍ନତି ପରେ ସେ ବୁଗୁଡା ବ୍ଲକ ଏବିଇଓ ଭାବେ ନିଯୁକ୍ତି ପାଇଛନ୍ତି। ବୁଗୁଡା ବ୍ଲକ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବୁଗୁଡା ବିଇଓ ଅଫିସ ପରିସରରେ ନୂତନ ଭାବେ ଯୋଗଦେଇଥିବା ଏବିଇଓ ଶ୍ରୀ ସେଠୀଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ସୁରେନ୍ଦ୍ର ଜେନା, କାର୍ଯ୍ୟକାରୀ ସଭାପତି ପୁରୁଷୋତ୍ତମ ପ୍ରଧାନ, କୋଷାଧ୍ୟକ୍ଷ ରବୀନ୍ଦ୍ର ବିଶ୍ୱାଳ, ସନ୍ତୋଷ କୁମାର ପାତ୍ର, ଗୋପାଳ କୃଷ୍ଣ ନାୟକ, ଗନ୍ଧର୍ବ ଗୌଡ଼, ତାରଣୀସେନ ବେହେରା, ସତ୍ୟ ସେଠୀ, ପ୍ରକାଶ ଚନ୍ଦ୍ର ପ୍ରଧାନ, ରାଜେଶ ସାହୁ, ଦିଲ୍ଲୀପ ବେହେରା, ସନ୍ତୋଷ କୁମାର ସ୍ୱାଇଁ, ଚିରଞ୍ଜିବି ବେହେରା, ନିରଞ୍ଜନ ଗୌଡ଼, ସୀତାରମ ତ୍ରିପାଠୀ, ରଘୁନାଥ ସେଠୀ ପ୍ରମୁଖ ଶିକ୍ଷକ ବୃନ୍ଦ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ