ଓକିଲ ସଂଘ କର୍ମକର୍ତ୍ତା ଓ ସଦସ୍ୟ ମାନେ କୋର୍ଟ ସାମ୍ନା ମୁଖ୍ୟରାସ୍ତା ଉପରେ ଧାରଣାରେ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ସହରର କଳିଙ୍ଗ ନଗର ଠାରେ ଗତ ବୁଧବାର ରାତିରେ କିଛି ଦୁର୍ବୁତ୍ତ ଜଣେ ଯୁବକକୁ ଆକ୍ରମଣ କରିବା ପରେ ମହିଳା ଆଇନଜୀବୀ ଅଭାଗିନୀ ବିଷୋୟୀଙ୍କ ସମେତ ତାଙ୍କ ଭାଇ,ଭାଉଜଙ୍କ ସହ ଅବସରପ୍ରାପ୍ତ ପୁଲିସ୍ ଏସ୍ଆଇ ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ଆକ୍ରମଣ କରିବା ସହ ବାଇକ ଭଙ୍ଗାରୁଜା କରିଥିଲେ। ଏହି ମାମଲାରେ ପୁଲିସ୍ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅଭିଯୋଗ ଅନୁଯାୟୀ ସଙ୍ଗୀନ ଦଫା ଲଗାଇବା ଦାବିରେ ଓକିଲ ସଂଘ କର୍ମକର୍ତ୍ତା ଓ ସଦସ୍ୟ ମାନେ କୋର୍ଟ ସାମ୍ନା ମୁଖ୍ୟରାସ୍ତା ଉପରେ ଧାରଣାରେ ବସିଥିଲେ। ଉକ୍ତ ଘଟଣାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ମାନେ ଆକ୍ରମଣ ସମୟରେ ବିଭିନ୍ନ ମାରଣାସ୍ତ୍ର ଓ ହାତ ବୋମା ରଖିଥିଲେ ମଧ୍ୟ ପୁଲିସ ସେମାନଙ୍କ ବିରୁଦ୍ଧରେ କୌଣସି ସଙ୍ଗିନ ଦଫା ଲଗାଇ ନାହିଁ। ତେଣୁ ଅଭିଯୁକ୍ତ ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବିରେ ସଭାପତି ସନ୍ତୋଷ ନାୟକଙ୍କ ନେତୃତ୍ବରେ ସମ୍ପାଦକ ଅମରେଶ ମହାପାତ୍ର,ଧୀରେନ ସ୍ବାଇଁ,ଚନ୍ଦ୍ରମଣୀ ମହାପାତ୍ର,ଗିରିଜା ଭୂୟାଁ,ବରିଷ୍ଠ ଆଇନଜୀବୀ ଏମ୍.ତାଜ ଅଦେନୀ,ରବି ଦାସ,ସୋମନାଥ ନାୟକ,ସନ୍ତୋଷ ତିଆଡି,ଅଳକା ମଞ୍ଜରୀ ପଟ୍ଟନାୟକ,ପ୍ରଦ୍ୟୁମ୍ନ ନାୟକ,ଖରାଂଶୁ ଶେଖର ଦାସ,ମନୋଜ ପଟ୍ଟନାୟକ,ଅଶ୍ବିନ ପାଣିଗ୍ରାହୀ,ସନ୍ତୋଷ ପାଳଙ୍କ ସମେତ ବହୁ ଆଇନଜୀବୀ ଧାରଣା ଦେଇଥିଲେ। ଏହାପରେ ସେଠାରେ ଥାନା ଅଧିକାରୀ ଧୀରେଶ ଦାସ ପହଞ୍ଚି ଓକିଲ ସଂଘର କର୍ମକାର୍ତ୍ତାଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏଥିସହ ଉକ୍ତ ମାମଲାରେ ଅଭିଯୋଗରେ ତଦନ୍ତ କରାଯାଇ ଆଜି ଅଭିଯୁକ୍ତ ହନୁମାନ ମୁଖୀ,ନୀଳମାଧବ ନାୟକ ଓ ଏ ଉଦୟ କିରଣକୁ ପୁଲିସ୍ କେସ୍ ନମ୍ବର ୬୨୨ରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଶ୍ରୀ ଦାସ ସୂଚନାର ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ