ପୋଲିସ୍ ପକ୍ଷରୁ ଜବରଦଖଲ ଉଛେଦ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ନୂତନ ବସଷ୍ଟାଣ୍ଡ ନିକଟରେ ଗୃହ ବିଭାଗର ନିଜସ୍ୱ ଜମିକୁ କିଛି ଲୋକ ସେଠାରେ ଅକ୍ତିଆର କରିବା ସହ ଘର କରି ରହିଥିଲେ । ବାରମ୍ବାର ପୋଲିସ ପକ୍ଷରୁ କହିବା ସ୍ୱତେ ବ୍ୟକ୍ତି ଜଣକ ଛାଡିବା ପାଇଁ ନାରାଜ ହେଉଥିଲେ । ଏନେଇ ଆଜି ଉକ୍ତ ଜାଗାରେ ଜବରଦଖଲ ଉଛେଦ କରାଯାଇଛି । ବ୍ୟାପକ ପୁଲିସ ଫୋର୍ସ ମୃତୟନ କରି ଜେସିବି ଲଗାଇ ଘରକୁ ଭଙ୍ଗା ଯାଇଥିଲା । ଉକ୍ତ ସ୍ଥାନରେ ଗୃହ ବିଭାଗର ନିଜସ୍ୱ ଜମି ରହିଥିଲା । ଏପରିକି ସେଠାରେ ଗଞ୍ଜାମ ପୁଲିସ ପକ୍ଷରୁ ଗୃହ ବିଭାଗର ଜମି ଅନାଧିକାର ପ୍ରବେଶ ନିଷେଧ ଫଳକ ରଖାଯାଇଥିବା ସ୍ୱତେ କିଛି ଲୋକ ବହୁ ଏକର ଜମିକୁ ଅକ୍ତିଆର କରିରଖିଥିଲେ । ଉକ୍ତସ୍ଥାନରେ ପୁଲିସ କ୍ୱାଟର ହେବାର ରହିଛି । ପୂର୍ବରୁ ମଧ୍ୟ ଉକ୍ତ ସ୍ଥାନକୁ ବ୍ୟକ୍ତି ଜଣକୁ ତୁରନ୍ତ ଛାଡିବା ପାଇଁ କୁହାଯାଇଥିଲା କିନ୍ତୁ ବ୍ୟକ୍ତି ଜଣକ କୋର୍ଟରେ ଆଶ୍ରୟ ନେଉଥିଲେ । ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ଉପସ୍ଥିତିରେ ଆଜି ଉକ୍ତ ଘରକୁ ଭଙ୍ଗା ଯାଇଛି ।