ପୁଲିସ କବଜାରେ ଜିଏସଟି ଠକୁଥିବା ସୁନା ବେପାରୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ପୁଲିସ ସ୍ଥାନୀୟ ଥାନା ଅନ୍ତର୍ଗତ କମଳାପୁର ନାକା ପଏଣ୍ଟ ଠାରେ ମୋଟର ଯାନ ତନଖି କରୁଥିବା ବେଳେ ପୁଲିସ କବଜାରେ ପଡିଲା ଜିଏସଟି ଠକୁଥିବା ସୁନା ବେପାରୀ।ମୋହନା ପୁଲିସ କାମଳାପୁର ନାକା ପଏଣ୍ଟ ଠାରେ ମୋଟର ଯାନ ଯାଞ୍ଚ ଚଳାଇଥିଲା। ଉକ୍ତ ସମୟରେ ଏହି ଯାଞ୍ଚରେ ପଡିଥିଲା ଏକ ଟାଟା ସ୍କର୍ପିଓ । ଯାଞ୍ଚ ବେଳେ ସେଥିରୁ ୧୮୨ଗ୍ରାମ ସୁନା ଅଳଙ୍କାର ଓ ୩ କିଲୋ ରୁପାର ଅଳଙ୍କାର ବାହାରିଥିଲା। ଏହି ଘଟଣାରେ ଗାଡି ସମେତ ଗଞ୍ଜାମ ଜିଲ୍ଲା ପିତଳ ଅଞ୍ଚଳର କୃଷ୍ଣଚନ୍ଦ୍ର ସେନାପତି ଓ ଡ୍ରାଇଭର ଶତୃଘ୍ନ ନାୟକକୁ ଅଟକ ରଖି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିସିକା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ