“ବିଶ୍ୱ ମତ୍ସ୍ୟ ଦିବସ ପାଳିତ”

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଉପକଣ୍ଠ କଣମଣା ସ୍ଥିତ ଅତିରିକ୍ତ ମତ୍ସ୍ୟଅଧିକାରୀ (ସାମୁଦ୍ରିକ )ଗଞ୍ଜାମଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ମତ୍ସ୍ୟଅଧିକାରୀ ସୁବ୍ରତ କୁମାର ପଟନାୟକଙ୍କ ପୌରହିତ ରେ ବିଶ୍ୱ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି | ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବେ ସହକାରୀ ମତ୍ସ୍ୟଅଧିକାରୀ (ସୋନପୁର )କୁଞ୍ଜ ବିହାରୀ ଦାଶ, ସହକାରୀ ମତ୍ସ୍ୟଅଧିକାରୀ(ଗୋପାଳପୁର )ଖଗେନ୍ଦ୍ର ନାଥ ରଣା ଯୋଗଦେଇ ଆଜିର ଦିବସ ଉପରେ ଆଲୋକପାତ କରିବା ସହ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଯୋଜନା ବିଷୟରେ ଉପସ୍ଥିତ ଥିବା ମତ୍ସ୍ୟଜୀବୀ ମାନଙ୍କୁ ଅଵଗତ କରାଇଥିଲେ l ଏହା ସହ ସଠିକ ହିତାଧିକାରୀ ମାନେ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗ କିପରି ପାଇପାରିବେ ସେ ସମ୍ପର୍କ ରେ ସଚେତନତା କରାଇଥିଲେ l ଏପରିକି ମତ୍ସ୍ୟଜୀବି ମାନେ ଦୈନିକ ସମୁଦ୍ର କୁ ମାଛ ମାରିବା ପାଇଁ ଯାଉଛନ୍ତି |ବେଳେ ବେଳେ ସେମାନେ ଦୁର୍ଘଟଣାର ଶିକାର ହେଉଛନ୍ତି ତେଣୁ ସେମାନେ ବୀମା କରିବାକୁ ନିବେଦନ କରିଛନ୍ତି | ବୀମା କରିଲେ ବୀମା ରାଶି ମିଳିବ ନଚେତ ମିଳିବ ନାହିଁ ବୋଲି କହିଥିଲେ | ଏହି ଅବସର ରେ ବହୁ ମତ୍ସ୍ୟଜୀବୀ,ହିତାଧିକାରୀ, ସମବାୟ ସମିତି ର କର୍ମକର୍ତ୍ତା ଏବଂ ଉଦ୍ୟୋଗୀମାନେ ଅଂଶଗ୍ରହଣ କରି ସେମାନଙ୍କ ବିଭିନ୍ନ ସୁବିଧା ଓ ଅସୁବିଧା ବିଷୟରେ ବିଭାଗ ର ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ସହକାରୀ ମତ୍ସ୍ୟଅଧିକାରୀ ବିଶ୍ୱ ଭୂଷଣ ଜେନା କାର୍ଯ୍ୟକ୍ରମ କୁ ସଂଯୋଜନା କରିଥବା ବେଳେ ସହକାରୀ ମତ୍ସ୍ୟଅଧିକାରୀଣି ପୂଜା ରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରାରମ୍ଭ ରେ ସରକାରଙ୍କ ପକ୍ଷରୁ ମତ୍ସ୍ୟଜୀବୀ ମାନଙ୍କ ନିମନ୍ତେ ପ୍ରଦାନ କରାଯାଉଥିବା ବିଭାଗ ର ବିଭିନ୍ନ ସ୍କିମ ଉପରେ ସଚେତନତା କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ