ସୋନିଆ-ମନମୋହନଙ୍କୁ ଆଦିତ୍ୟଙ୍କ ନିମନ୍ତ୍ରଣ

ମୁମ୍ବାଇ: ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ ଶପଥ ଗ୍ରହଣ ପାଇଁ ଅତିଥି ନିମନ୍ତ୍ରଣର ଦାୟିତ୍ୱ ନେଇଛନ୍ତି ପୁଅ ଆଦିତ୍ୟ ଠାକ୍ରେ । ସେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ନିମନ୍ତ୍ରଣ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହଙ୍କୁ ମଧ୍ୟ ସେ ନିମନ୍ତ୍ରଣ କରିଛନ୍ତି । ସେ ୨ ବରିଷ୍ଠ କଂଗ୍ରେସ ନେତାଙ୍କୁ ନିମନ୍ତ୍ରଣ କରିବା ସହ ମହା ବିକାଶ ଅଘୋଡି ପାଇଁ ଆଶୀର୍ବାଦ ଏବଂ ଶୁଭେଚ୍ଛା ମାଗିଥିବା କହିଛନ୍ତି । ସୋନିଆଙ୍କ ବାସଭବନ ୧୦ ଜନପଥରେ ଠାକ୍ରେ ପରିବାର ସଦସ୍ୟ ଆଦିତ୍ୟ ପାଦ ଦେବା ମହରାଷ୍ଟ୍ର ରାଜନୀତି ସମେତ ଭାରତୀୟ ରାଜନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ପୂର୍ବରୁ ଏନ୍ ସିପି ନେତା ପ୍ରଫୁଲ ପଟେଲ ସୂଚନା ଦେଇସାରିଛନ୍ତି, ଏନ୍ ସିପିରୁ ଉପମୁଖ୍ୟମନ୍ତ୍ରୀ ହେବେ । ଅନ୍ୟପକ୍ଷରେ କଂଗ୍ରେସରୁ ବାଚସ୍ପତି ହେବା ନିଶ୍ଚିତ ହୋଇସାରିଛି । ଉଦ୍ଧବ ଶିବାଜୀ ପାର୍କଠାରେ ଶପଥ ନେବାକୁ ଥିବାବେଳେ ଏଥିପାଇଁ ଏହି ଅଞ୍ଚଳରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ