ପାଟପୁର ରେ ନୂତନ ବସଷ୍ଟାଣ୍ଡ ପାଇଁ ସ୍ଥାନ ନିରୂପଣ ପ୍ରକ୍ରିୟା ଆରମ୍ଭ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ହେଡକ୍ୱାଟର ମହାନାଳା ଠାରେ ହେବ ନୂତନ ବସ ଷ୍ଟାଣ୍ଡ l ସାନଖେମୁଣ୍ଡି ତାହସିଦାର ଡ଼ା ଶ୍ରୀନିବାସ ବେହେରା ଙ୍କ ସହ ଆଲୋଚନା ପରେ ପରିବହନ ବିଭାଗର ବରିଷ୍ଠ ଅଧିକାରୀ ଦୀପ୍ତି ମହାପାତ୍ର, ଅତିରିକ୍ତ ଅଧିକାରୀ ସନ୍ତୋଷ କୁମାର ଶତପଥୀ ଓ ଏସ ଆର ଟି ସି ସହକାରୀ ଯନ୍ତ୍ରୀ ସାଲଖାନ ମାଝୀ ଜେଇ, ସନ୍ଦୀପ ପୃଷ୍ଟି ପିଏମ ୟୁ କୋଡିନେଟର ଏକ ଟିମ ସାନଖେମୁଣ୍ଡି ଗ୍ରସ୍ତରେ ଆସି ନୂତନ ବସଷ୍ଟାଣ୍ଡ ନିର୍ମାଣକରିବା ପାଇଁ ପାଟପୁର ଡ଼ାକ ବଙ୍ଗଳା ରେପହଞ୍ଚି ସ୍ଥାନ ନିରୂପଣ କରିଥିଲେ। ମହାନଳା ପୂର୍ତ୍ତୃ ବିଭାଗ ଡାକ ବଙ୍ଗଳାର ପରିସର ସାମ୍ନାରେ ଯେଉଁ ସ୍ଥାନ ଟି ଅଛି ଉପଯୁକ୍ତ ନୂତନ ବସଷ୍ଟାଣ୍ଡ ପାଇଁ ମନୋନୀତ ବୋଲି ପଦାଧିକାରୀ ମାନେ କହିଥିଲେ ଏନେଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ମତପ୍ରକାଶ କରିଥିଲେ।l ଆଗାମୀ ଦିନରେ ତହସିଲଦାର ପୂର୍ତ୍ତୃ ବିଭାଗ ଡାକ ବଙ୍ଗଳାର ଜାଗା ସମ୍ପୂର୍ଣ୍ଣ ବିବରଣୀ ସହ ହସ୍ତାନ୍ତର କରିଲେ ନୂତନ ବସଷ୍ଟାଣ୍ଡ ହୋଇପାରିବ l ଫଳରେ ଅଞ୍ଚଳର ଲୋକମାନଙ୍କ ଯାତାୟତାରେ ବହୁତ ସୁବିଧା ହୋଇପାରିବ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ