ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥକୁ ଶୁଭାରମ୍ଭ

ଛତ୍ରପୁର, (ଦେବଦତ୍ତ ମହାରଣା):ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି, ମହିଳା ଓ ଶିଶୁ ବିକାଶ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ପୋଷ୍ୟ ସନ୍ତାନ ସପ୍ତାହ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ରଥକୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଶୁଭାରମ୍ଭ କରିଛନ୍ତି । ଏହି ରଥ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲା ବୁଲି ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଲୋକଙ୍କୁ ସଚେତନ କରିବ । ଏଥିପାଇଁ ଯୋଗ୍ୟତା, ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ନିୟମାବଳୀ ଏବଂ ସବିଶେଷ ସୂଚନା, ପୋଷ୍ୟ ସନ୍ତାନ ଗ୍ରହଣ ଲାଗି ଆବଶ୍ୟକୀୟ କାଗଜ ସମ୍ପର୍କିତ ସୂଚନା, ଏଜେନ୍ସି ଗୁଡିକ ରେ ପୋଷ୍ୟ ସନ୍ତାନ ଗ୍ରହଣ ଲାଗି ଉପଲବ୍ଧ ରହିଥିବା ଶିଶୁ ମାନଙ୍କ ସୂଚନା, ଅନଲାଇନ ପଞ୍ଜୀକରଣ ସୂଚନା ଉପରେ ଲୋକଙ୍କୁ ସଚେତନତା ନେଇ ଏହି ରଥ ମାଧ୍ୟମରେ ପ୍ରଚାର କରାଯିବ । ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ନିର୍ଦ୍ଧାରିତ ଦେୟ ରହିଛି । ଏହି ନିର୍ଦ୍ଧାରିତ ଦେୟ ବ୍ୟତୀତ ଅନ୍ୟ କୌଣସି ଆର୍ଥିକ କିମ୍ବା ଅଣ ଆର୍ଥିକ ନେଣଦେୟ ସମ୍ପୁର୍ଣ୍ଣ ଭାବେ ବେଆଇନ ଅଟେ ବୋଲି ମଧ୍ୟ ସଚେତନ କରାଯିବ । ଜିଲାରେ ଏଯାବତ ୪୧ ଜଣ ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ବେଳେ ରାଜ୍ୟ ଓ ରାଜ୍ୟ ବାହାରେ ୩୬ ଜଣ ଓ ଦେଶ ବାହାରେ ୫ ଜଣ ପୋଷ୍ୟ ସନ୍ତାନ ଗ୍ରହଣ କରିଛନ୍ତି । ଇଟାଲୀ, ସ୍ପେନ, ୟୁ.କେ ଓ ଅଷ୍ଟ୍ରିଆ ଦେଶରୁ ଜିଲାକୁ ଆସି ପୋଷ୍ୟ ସନ୍ତାନ ଗ୍ରହଣ କରିଛନ୍ତି । ପ୍ରୋଷ୍ୟ ଗ୍ରହଣ ନିମନ୍ତେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ,ସୁଶାନ୍ତ କୁମାର ସାହୁ, ସୁସ୍ମିତା ଭୁୟାଁ, ସୁଜିତ କୁମାର ସାହୁ, ଶିବ ପ୍ରସାଦ ରଥଙ୍କ ସମେତ ମହିଳା ସଂଘର ସଦସ୍ୟାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ