ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅଧୀନ ଆରଡି ବସ ଷ୍ଟାଣ୍ଡ ରେ ଥିବା ଏକ ଘରୋଇ ଲଜ୍ ରେ ନାରଣ ସାହୁ (୨୭) ନାମକ ଜଣେ ଯୁବକ ଗୁରୁବାର ମୃତ୍ୟୁବରଣ କରିଥିବା ଜଣାପଡିଛି । ତାଙ୍କ ଘର ଧାମରା ଅଞ୍ଚଳର ଦୋସିଙ୍ଗା, ବାଲିସାହି । ସେ ସ୍ଥାନୀୟ ଗେଲ ଇଣ୍ଡିଆ କମ୍ପାନୀରେ କାମ କରୁଥିଲେ । ଏହି ଲଜରେ ସେ ୩ ମାସ ହେଲା ଭଡାରେ ରହିଆସୁଥିଲେ । ଗୁରୁବାର ଦିନ ୧୧ଟା ପର୍ଯ୍ୟନ୍ତ ସେ ନଉଠିବାରୁ । ଲଜ କର୍ମଚାରୀ ସନ୍ଦେହ କରି କବାଟ ବାଡେଇଥିଲେ ବି କୌଣସି ଉତ୍ତର ମିଳିନଥିଲା । ଖବର ପାଇ ଆରଡି ଫାଣ୍ଡି ଅଧିକାରୀ ସୁରେନ୍ଦ୍ର କୁମାର ମଲ୍ଲ ଓ ଚାନ୍ଦବାଲି ଅତିରିକ୍ତ ତହସିଲଦାର ଦୀପ୍ତି ରଞ୍ଜନ ଜେନାଙ୍କ ଉପସ୍ଥିତିରେ ସ୍ଥାନୀୟ ଯୁବକ କବାଟ ତାଡିଥିଲେ ଓ ମୃତଦେହ ଜବଦ କରି ଭଦ୍ରକ ମୂଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ମୃତ ଯୁବକଙ୍କ ପରିବାର ଲୋକେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ମୃତକଙ୍କ ମୃତ୍ୟୁ ସନ୍ଦେହ ଜନକ ଓ ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ପୋଲିସ କହିଛି । ଏ ସଂକ୍ରାନ୍ତରେ ଧୂଷୁରୀ ଥାନାରେ କେଶ ନଂ ୩୫/୨୨ ରେ ଏକ ଅପମୃତ୍ଯୁ ମାମଲା ରୁଜ୍ଜୁ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ