କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ସାଧାରଣ ସଭା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟିର ସାଧାରଣ ସଭା କେନ୍ଦ୍ରାପଡା ସହରସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଯାତ୍ରୀ ନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସମିତିିର ସଭାପତି ପ୍ରମୋଦ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଭାପତି ଶ୍ରୀ ସାହୁ ବକ୍ତବ୍ୟ ରଖି ଏହି ସମିତିି ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟର ୪ଟି ପ୍ରମୁଖ ଉପକୂଳବର୍ତ୍ତୀ ଜିଲ୍ଲାରେ ସମବାୟ ଆନ୍ଦୋଳନ ମାଧ୍ୟମରେ ଲୋକଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆଣିବା ପାଇଁ ପ୍ରୟାସ ଜାରି ରଖିଛି ବୋଲି କହିଥିଲେ । ଏହି ସମିତି ମାଧ୍ୟମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ହଜାର ହଜାର ପରିବାର ଉପକୃତ ହୋଇପାରିଛନ୍ତି । ସମିତିିି ପକ୍ଷରୁ ଜାରୀ ରହିଥିବା ଜନକଲ୍ୟାଣ ମୂଳକ କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ କରି ସଭାପତି ଶ୍ରୀ ସାହୁ କହିଥିଲେ ଯେ ସମିତି ପକ୍ଷରୁ ଘରପୋଡି କ୍ଷତିଗ୍ରସ୍ତଙ୍କୁ ସହାୟତା, ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ ସହାୟତା, ଗରିବ ତଥା ଅସହାୟ ରୋଗୀଙ୍କୁ ଚିକିତ୍ସା ସହାୟତା, ଭିନ୍ନକ୍ଷମ ଓ ନିରାଶ୍ରୟଙ୍କୁ ଜ୍ଞାନଦେବୀ ଗୁଜୁରାଣ ଯୋଜନାରେ ଚଳିବାକୁ ସହାୟତା, ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ସହାୟତା ଓ କ୍ରିଡାବୀତଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଭୃତି ଯୋଗାଇ ଦିଆଯାଉଛି । ଚଳିତ ଅର୍ଥିକ ବର୍ଷରେ ସମିତିିର କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟବୀମାରେ ଅନ୍ତର୍ଭୁକ୍ତ କରାଯାଇଛି । ୨୦୨୧-୨୨ରେ ସମିତିିର ଜମା ଯଥେଷ୍ଟ ପରିମାଣରେ ବୃଦ୍ଧି ଘଟିଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ସଭାରେ ସମିତିିର ସମ୍ପାଦକ ପ୍ରହ୍ଲାଦ ସାହୁ ବାର୍ଷର୍ୀକ ବିିବରଣୀ ପାଠ କରିଥିଲେ । ଏଥିସହିତ ସେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ ଓ ୨୦୨୧-୨୨ ବର୍ଷର ଅତିରିକ୍ତ ବଜେଟ ଉପସ୍ଥାପନ କରିବା ପରେ ଏହା ଗୃହୀତ ହୋଇଥିଲା । ସମିତିର ଅର୍ଥିକ ନେଣଦେଣ ଓ ପ୍ରତିବର୍ଷ ଅଡିଟର ନିରୀକ୍ଷଣ କରାଯାଉଛି । ଯାହା ଫଳରେ ଏହି ସୋସାଇଟିକୁ ‘ଏ’ ଗ୍ରେଡର ମାନ୍ୟତା ମିଳିଛି ବୋଲି ସମ୍ପାଦକ ଶ୍ରୀ ସାହୁ ସୂଚନା ଦେଇଥିଲେ । ଏଥିସହିତ ସେ ବିଷଦ ଭାବରେ ଋଣ ଲଗାଣ ଓ ଋଣ ଆଦାୟ ସଂପର୍କରେ ଆଲୋଚନା କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ସମିତିର ମୁଖ୍ୟ ଦପ୍ତର ଗୃହ ନିର୍ମାଣ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ‘ବିଜୁ ପଟ୍ଟନାୟକ ଭବନ’ ନାମରେ ଏହାର ନାମକରଣ କରାଯିବା ସହିତ ଯଥାଶୀଘ୍ର ଏହାର ନିର୍ମାଣ ଆରମ୍ଭ ହେବା ବିଷୟରେ ଘୋଷଣା କରାଯାଇଥିଲା । ସେହିପରି ସମିତି ସଂପର୍କରେ ସଭ୍ୟ/ସଭ୍ୟା ମାନଙ୍କ ଠାରୁ ମତାମତ ସଂଗ୍ରହ କରାଯାଇଥିଲା । ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତି ନିଆଯାଇଥିଲା । ଏହି ସଭାରେ ସମିତିିର ଉପସଭାନେତ୍ରୀ ସାବନା ପରୱିନ, ନିର୍ଦ୍ଦେଶକ କୈଳାସ ବେହେରା, ସୁଶାନ୍ତ ମହାରଣା, ଦିଲ୍ଲୀପ ପାତ୍ର, ଦିଲ୍ଲୀପ ରାଉତ, ଅନସୂୟା ସାମଲ, ସେକ ରିଆଦତ, ଅକ୍ଷୟ କୁମାର ଦାଶ, ପ୍ରଫୁଲ୍ଲ ମିସ୍ତ୍ରୀ, ଅମିତାଭ ସାହୁ , ଗୀତାଞ୍ଜଳୀ ସାହୁ ଓ ପୂର୍ବତନ ନିର୍ଦ୍ଦେଶକ ବାମଦେବ ସାହୁ ପ୍ରମୁଖ ଯୋଗଦେଇଥିଲେ । ସଭା ପରିଚାଳନାରେ ସମିତିର ଅତିରିକ୍ତ ସମ୍ପାଦକ ଅରବିନ୍ଦ ସାହୁ , ସାଧାରଣ ପରିଚାଳକ ମନୋଜ ସାହୁ, ବରିଷ୍ଠ ପରିଚାଳକ ରମେଶ ଚନ୍ଦ୍ର ସେଠୀ, ପଙ୍କଜ ମଲ୍ଲିକ, ଶାଖା ପରିଚାଳକ ଶାନ୍ତନୁ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ସମିତିିର ସଭ୍ୟ/ ସଭ୍ୟାମାନେ ଯୋଗଦେଇଥିଲେ ।