ଚାଲିଛି ବେଆଇନ ମେଣ୍ଟଲ ପରିବହନ, ପ୍ରଶାସନ ଜାଣି ଅଜଣା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ସିଆଡି ମାଳିଆ ଓ ଗହଳଡାହି ଇମ୍ପାର ପରିତ୍ୟକ୍ତ ଡମ୍ପରୁ ବେଆଇନ ଭାବେ ପ୍ରତିଦିନ ମେଣ୍ଟଲ ପଥର ପରିବହନ କରାଯାଉଥିଲେବି ପ୍ରଶାସନ ସବୁ ଜାଣି ମଧ୍ୟ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଇମ୍ପା କମ୍ପାନୀ କାର୍ଯ୍ୟକରୁଥିବା ବେଳେ ତାର ପରିତ୍ୟକ୍ତ ମାଟି ଓ ପଥରକୁ ନେଇ ସିଆଡି ମାଳିଆ ଓ ଗହଳଡାହି ଠାରେ ପକାଇ ଦୁଇଟି ଡମ୍ପ କରିଥିଲା । କମ୍ପାନି କାର୍ଯ୍ୟ ବନ୍ଦ ହୋଇଯାଇ ଥିବାବେଳେ ଏହି ଡମ୍ପ ଦୁଇଟି ଉପରେ ଏବେ ପଥର ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି । ପୁର୍ବରୁ ଏହି ଡମ୍ପକୁ ନେଇ ବିବାଦ ଦେଖା ଦେଇଥିବାବେଳେ ଏବେ କିଛି ମାଫିଆ ବଡ ବଡ ପଥରକୁ ଭାଙ୍ଗି ମେଣ୍ଟଲ ଓ ଚିପସ ତିଆରିକରି ପ୍ରତିଦିନ ଏହି ଡମ୍ପରୁ ୧୦ରୁ ୧୫ଟ୍ରାକ୍ଟର ମେଣ୍ଟଲ ପଥର ଓ ଚିପିସ ବାହାରକୁ ଚୋରା ଚାଲାଣ କରୁଛନ୍ତି । ତହସିଲ କର୍ତ୍ତୁପକ୍ଷ ଓ ପୁଲିସର ଜାଣତରେ ଏହି ପଥର ଚୋରା ଚାଲାଣ ହେଉଥିବା ନେଇ ବାଲିବରେଇ, ଧନୁର୍ଜୟପୁର, ବାଙ୍ଗୋର ଗ୍ରାମର ଲୋକମାନେ ଅଭିଯୋଗ କରିଛନ୍ତି । ଏପରିକି ଦିନ ଦ୍ୱିପହରେ ପଥର ଚୋରା ଚାଲାଣ ହେୁଥିଲେବି ତହସିଲ କର୍ତ୍ତୁପକ୍ଷ ଓ ପୁଲିସ ଏହାକୁ ରୋକିବାରେ ଅସମର୍ଥ ହୋଇ ପଡିଛନ୍ତି । ଆନନ୍ଦପୁର ଉପଜିଲ୍ଲାପାଳ ଏନେଇ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ