ଗଜପତି ଉତ୍ସବ ପାଇଁ ସଂସ୍କୃତିକ କମିଟିର ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆସନ୍ତା ଜାନୁୟାରୀ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲା ସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହେବ।ଏଥି ନିମନ୍ତେ ପୂର୍ବ ନିଷ୍ପତ୍ତି କ୍ରମେ ସବୁ କାର୍ଯ୍ୟକ୍ରମ ନିମନ୍ତେ ବିଭିନ୍ନ କମିଟି ଗଠନ କରାଯିବ। ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ସମସ୍ତ କାର୍ଯ୍ୟକ୍ରମରେ ଏହି କମିଟି ଗୁଡିକ ଗଠନ ହୋଇ ଥିବା ବେଳେ ଇତି ମଧ୍ୟରେ କିଛି କମିଟି ନିଜର କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି ଦୁଇ ଦିନ ପୂର୍ବେ ସ୍ମରଣୀକା ପ୍ରସ୍ତୁତ ନିମନ୍ତେ କମିଟିର ବୈଠକ ବସି ଆଲୋଚନା ହୋଇ ଥିଲା।ସ୍ଥାନୀୟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗଜପତି ଉତ୍ସବ ସଂ।ସ୍କୃତିକ କମିଟିର ବୈଠକ ଡି ସି ପି ୟୁ ଅରୁଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି।ଏଥିରେ କମିଟିର ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅର୍ଚ୍ଚନା ମଙ୍ଗରାଜ, ସଦସ୍ୟ ନୃସିଂହ ଚରଣ ପଟ୍ଟନାୟକ, ରଘୁନାଥ ପାତ୍ର, ସୁଧାଂଶୁ ପଟ୍ଟନାୟକ, ଆଦର୍ଶ ଦାସ,ଶ୍ରୀକାନ୍ତ ମହାରଣା ଓ କୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ଏହି କମିଟି ପୂର୍ବ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ଏବଂ ରାଜ୍ୟ ବାହାରୁ ବିଭିନ୍ନ ଦଳକୁ ଚୟନ କରି ଗଜପତି ମହୋତ୍ସବ ପାଇଁ ଆମନ୍ତ୍ରଣ କରିବେ।ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ଜିଲ୍ଲାର ଶ୍ରେଷ୍ଠ ଦଳକୁ ଆଣିବା ନିମନ୍ତେ ଆଲୋଚନା ହୋଇଛି। ବ୍ଳକ ସ୍ତରୀୟ ମହୋତ୍ସବରେ ପଦର୍ଶନ କରିବା ପାଇଁ ସୁଯୋଗ ଦିଆଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।


