ଡିସେମ୍ବର ୩ରେ ରାଜ୍ୟସ୍ତରୀୟ ପର୍ଯ୍ୟଟନ ସାହିତ୍ୟ କର୍ମଶାଳା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଉତ୍ସବ – ୨୦୨୨ ପରିପ୍ରେକ୍ଷୀରେ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ୪ର୍ଥ ବାର୍ଷିକ ରାଜ୍ୟସ୍ତରୀୟ ପର୍ଯ୍ୟଟନ ସାହିତ୍ୟ କର୍ମଶାଳା, ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ପର୍ଯ୍ୟଟନ ସମ୍ବନ୍ଧୀୟ ପ୍ରବନ୍ଧ ପ୍ରତିଯୋଗିତା, ସାଧାରଣ ଜ୍ଞାନ ପ୍ରତିଯୋଗିତା, ଆଲୋଚନା ଚକ୍ର ଓ କବିତା ଆସର କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର ମାସ ୩ ତାରିଖ ଅର୍କଶ୍ରୀ ଶିଳ୍ପୀ ବାଟିକା ଠାରେ ଅନୁଷ୍ଠିତ ହେବ। ଖବରରୁ ପ୍ରକାଶ ଯେ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ସହାୟତାରେ ୪ର୍ଥ ବାର୍ଷିକ ରାଜ୍ୟସ୍ତରୀୟ ପର୍ଯ୍ୟଟନ ସାହିତ୍ୟ କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ, ପୂର୍ବତନ ସାଂସଦ ତଥା ବିଶିଷ୍ଟ ସାହିତ୍ୟିକ ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ ଏହାର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ କୋଣାର୍କ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପର୍ଯ୍ଯଟନ ସ୍ଥଳୀ, ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ସାହିତ୍ୟ ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଭାଧାରୀ ବ୍ଯକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭ୍ୟା ତଥା ସୁ ସାହିତ୍ୟିକା ବିଶ୍ବଜିତା ବରାଳଙ୍କ ରଚିତ ପହିଲି ପୂଲକ ପୁସ୍ତକର ଉନ୍ମୋଚନ ମୁଖ୍ୟ ଅତିଥି ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀଙ୍କ କରକମଳରେ କରାଯିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ଏହି କର୍ମଶାଳାରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ବିଶିଷ୍ଟ କବି ମଧୁସୂଦନ ଦାସ, ଭଞ୍ଜ ସାହିତ୍ୟ ବିଶାରଦ ବିଶିଷ୍ଟ କବି ପ୍ରଶାନ୍ତ କୁମାର ବାହିନୀପତି, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ, ନେହେରୁ ଯୁବ କେନ୍ଦ୍ର, ପୁରୀର ଯୁବ ସଂଯୋଜକ ଜୟଶଙ୍କର ଯୋଶୀ,ବ୍ଯଙ୍ଗକବି ସଂପଦ କୁମାର ରଥ, ଇଂ ରଶ୍ମିରଞ୍ଜନ ରାୟ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ରାମକୃଷ୍ଣ ମହାନ୍ତି ଓ ଗାୟକ ଅତିବଡ଼ି ମଂଗରାଜ ବିଶ୍ବାଳ କାର୍ଯ୍ୟକ୍ରମ ସଂଯୋଜନା କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦର ସଂପାଦକ ଭାଗୀରଥୀ ସ୍ଵାଇଁ କର୍ମଶାଳାର ଆଭିମୁଖ୍ୟ, ଅତିଥି ପରିଚୟ ପ୍ରଦାନ କରିବା ସହିତ ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ଛାଟୋଇ ଧନ୍ୟବାଦ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ