ଛତ୍ରପୁର ରେ ସମ୍ବିଧାନ ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ମନୋରଞ୍ଜନ ଦାଶଙ୍କ ପୌରହିତରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏଥିରେ ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ସରକାରୀ ଓକିଲ ମନୋଜ କୁମାର ପାଢି, ବ୍ରଜ ମୋହନ ଆଚାର୍ଯ୍ୟ, ସଂଘର କାର୍ଯ୍ୟକାରୀ ସଭ୍ୟ କେ.କମଳ ଲୋଚନ ଦାସ, ଦିଲ୍ଲୀପ କୁମାର ପଟ୍ଟନାୟକ, ପର୍ଶୁରାମ ଗୈାଡ, ରାମଚନ୍ଦ୍ର ବେହେରା, ଗୋକୁଳ ଚନ୍ଦ୍ର ପଣ୍ଡା ଓ ନୀରାକାର ମାଳି ପ୍ରମୁଖ ଯୋଗଦେଇ ଆଜିର ଦିବସ ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେସଂଘ ର କୋଷାଧ୍ୟକ୍ଷ ସମୀର ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ବିଶ୍ୱ ଭୂଷଣ ପାଢୀ, ସହ-ସମ୍ପାଦକ ପ୍ରଶାନ୍ତ ମହାନ୍ତି ଲାଇବ୍ରେରୀ ସମ୍ପାଦକ ଜିତୁନ ପାଢି ଙ୍କ ସମେତ ସଂଘର ବହୁ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ଥିଲେ । ଶେଷରେ ସମ୍ପାଦକ ଏଲ .ଗୋପାଳ ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ