୧୪ କୋଟି ମୂଲ୍ୟର ଗଞ୍ଜେଇ ଚାଷ ପୋଡ଼ି ନଷ୍ଟ କଲେ ପୋଲିସ୍ ଓ ଅବକାରୀ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଅଡବା ଥାନା ପୋଲିସ୍ ଓ ଅବକାରୀ ମିଳିତ ଚଢାଉ କରି ଏକର ଏକର ଜମିରେ ଗଞ୍ଜେଇ ଚାଷକୁ ପୋଡ଼ି ନଷ୍ଟ କରିଛନ୍ତି । ଅଡବା ଥାନା କୁଡ଼ିକିମା ଗାଁ ନିକଟସ୍ଥ ୪୪ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ ପୋଡ଼ି ନଷ୍ଟ କରିଛନ୍ତି। ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ୮ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ।ଏହି ଅଭିଯାନରେ ଆର.ଉଦୟଗିରି ଏସଡ଼ିପିଓ ଦିଲିପ କୁମାର ନାୟକ, ଅବକାରୀ ବିଭାଗ ର ପ୍ରଭାତ କୁମାର ସେଠୀ, ପ୍ରକାଶ ସାହୁ, ଲିଙ୍ଗରାଜ ଡ଼ାମି ଓ ସ୍ମିତା ପଣ୍ଡାଙ୍କ ସମେତ ରାଜସ୍ବ କର୍ମଚାରୀ ସାମିଲ ଥିଲେ । ସେଇ ପରି ମୋହନା ଥାନା ପୋଲିସ ଓ ଅବକାରୀ ବିଭାଗ ମିଳିତ ରେ ଜିରାଙ୍ଗ ପଂଚାୟତ ର କମଳାସିଂ ଗ୍ରାମ ନିକଟ ଜଙ୍ଗଲ ରେ ୨୯ଏକର ଜଙ୍ଗଲ ଜମି ରେ ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ କରିଛନ୍ତି ଅନେକ ଗଛ କାଟି ପୁଡ଼ି ନଷ୍ଟ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ୬କୋଟି ହେବ ବୋଲି ଥାନା ଅଧିକାରି ପ୍ରଶାନ୍ତ କୁମାର ନିଷିକା ସୁଚନା ଦେଇଛନ୍ତି ଏହି ଅଭିଯାନ ରେ ମୋହନା ବିଡିଓ ତପସ୍ପିନି ହାଂସଦା ଉପସ୍ଥିତ ରେ ନଷ୍ଟ କରଯାଇଥିଲା ଗଂଜେଇ ଚାଷ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ