ଅର୍ଥନୀତି ବିଜ୍ଞାନ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ କଲେଜର ଅର୍ଥନୀତି ବିଜ୍ଞାନ ବିଭାଗର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ଦ୍ଵିତୀୟ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀ ନଭେମ୍ବର ୨୮ ତାରିଖ ଦିନ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିବା ଜଣାପଡ଼ିଛି। ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ପ୍ରିନ୍ସପାଲ ରଜନୀକାନ୍ତ ଦାଶ ଅଧ୍ୟକ୍ଷତା କରିଥିଲେ। କଲେଜ ପରିଚାଳନା କମିଟିର ସଭାପତି ରଜନୀକାନ୍ତ ଭଟ୍ଟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ଓ ଅଧ୍ୟାପକ ଡ଼ଃ ପ୍ରଦୀପ କୁମାର ଦାଶ, ଡ଼ଃ ଜୟରାମ ବିଷୋୟୀ, ଅକ୍ଷୟ କୁମାର ସାହୁ, ସଞ୍ଜୟ କୁମାର ପ୍ରଧାନ, ବିନୋଦ କୁମାର କର, ରବୀନ୍ଦ୍ରନାଥ ପୋଲାଇ, ଦିଲ୍ଲୀପ କୁମାର ସାହୁ,ଓ ଅନିତା ଦେବୀ ଏବଂ ଲାଇବ୍ରେରିଆନ ରଶ୍ମିତା ମିଶ୍ର ଯୋଗଦେଇଥିଲେ। ଅର୍ଥନୀତି ବିଜ୍ଞାନ ମୁଖ୍ୟ ଅଧ୍ୟାପକ ଅଜୟ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଥମ ବର୍ଷ ଛାତ୍ରଛାତ୍ରୀ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ। ଅତିଥି ବୃନ୍ଦ ନିଜ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ନାଗରିକ ହେବାକୁ ବିଭିନ୍ନ ପ୍ରକାର ପରାମର୍ଶ ପ୍ରଦାନ କରିଥିଲେ। ଅର୍ଥନୀତି ବିଜ୍ଞାନ ଅଧ୍ୟାପକ ଅନିଲ ସେଠୀ ବିଭାଗର ନୀତିନିୟମ ପ୍ରକାଶ କରିବା ସହ ଶିକ୍ଷା ଗ୍ରହଣ ପାଇଁ ଆଗ୍ରହୀ ହେବା ପାଇଁ ପରାମର୍ଶ ଦେଇଥିଲେ। ଅର୍ଥନୀତି ବିଭାଗର ଅନ୍ୟତମ ଅଧ୍ୟାପିକା ଭି.ସନ୍ତୋଷି ରାଜୁ ଅର୍ଥନୀତି ବିଜ୍ଞାନ ପାଠ୍ୟର ଉଜ୍ଜ୍ୱଳ ଭବିଷ୍ୟତ ନେଇ ପ୍ରକାଶ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ