୯ ଦିନ ହେଲା ଭଗବାନ ଙ୍କ ପତା ମିଳୁନି ଘରେ ଚୁଲି ଜଳୁନି
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଟ୍ରେନରେ ନିଜ ଘରକୁ ଫେରୁଥିବା ଆସିକା ଦେବଭୂମିର ଭଗବାନ ନାହାକ ଙ୍କ ୧୯ ତାରିଖ ରୁ ପତା ମିଳୁନି ,ଦୁଃଚିନ୍ତା ରେ ପରିବାର, ଘରେ ଜଳୁନି ଚୁଲି l ଆସିକା ଥାନା ଦେବଭୂମି ଗ୍ରାମ ପ୍ରଭାକର ନାହାକ ଙ୍କ ଏକମାତ୍ର ପୁଅ ଭଗବାନ ନାହାକ (୨୬)୧୮ ମାସ ତଳେ ଗାଙ୍ଗପୁର ଥାନl ଗୋବରା ପଞ୍ଚାୟତ ଡ଼େଙ୍ଗାପଦର ଜିତେନ୍ଦ୍ର ନାୟକଙ୍କ ବଡ଼ ଝିଅ ପୂଜାରାଣୀ ଙ୍କୁ ବିବାହ କରିଥିଲେ l ଭଗବାନ ତାମିଲନାଡୁ ତ୍ରିପୁର ସହର ଅଶକ ନଗର S. K. L ଏକ୍ସପୋଟ କମ୍ପାନୀ ରେ ମେନେଜର ରୂପେ କାମ କରି ଆସୁଥିଲେ l ଏକ ମାସ ହେବ ମତିଷ୍କ ଜ୍ୱରରେ ଆକ୍ରାନ୍ତ ହୋଇ ତ୍ରିପୁରl ରେ ଚିକିତ୍ସତ ହୋଇନିଜ ଗ୍ରାମକୁ ଫେରୁଥିଲେ l ଚାରିମାସ ତଳେ ଭଗବାନ ଙ୍କ ଝିଅ ଜନ୍ମ ହେବାରୁ ୧୭ ତାରିଖରେ ଦେଖିବାକୁ ଟ୍ରେନ ଯୋଗେ ଗ୍ରାମ କୁ ଆସୁଥିଲେ l ୧୯ ତାରିଖ ରେ ପରିବାର ସହ ଯୋଗାଯୋଗ କରିଥିଲେ ସେ ୨୦ ତାରିଖ ରେ ବ୍ରହ୍ମପୁର ରେ ପହଁଚିବେ l ଫୋନ ଯୋଗାଯୋଗ ବନ୍ଦ ସହ ନପହଁଚିବାରୁ ପରିବାର ଲୋକେ Grp ଓ Rpf ପୋଲିସ ରେ ଅଭିଯୋଗ କରିଥିଲେ l କୌଣସି ସହଯୋଗ ନପାଇ ପୁଣି ଆସିକା ଥାନର ଦ୍ୱାରସ୍ତ ହୋଇଥିଲେ ମଧ୍ୟ ଅଭିଯୋଗ ୫୫ କରିନଥିଲେ l ଭଗବାନ ଙ୍କୁ ପ୍ରଶାସନ ସହଯୋଗ ରେ ଗ୍ରାମ ଫେରାଇ ଆଣିବାକୁ ଅଂଚଳ ବାସୀ ଦାବୀ ଜଣାଇଛନ୍ତି l ଭଗବାନଙ୍କ ଫେରିବା ବାଟକୁ ପରିବାର ଳୋକେ ଚlତକ ପରି ଚାହିଁ ରହିଛନ୍ତି ।


