ଜାମଦା ପଞ୍ଚାୟତ ସମିତିର ୪ ର୍ଥ ତମ ସାଧାରଣ ବୈଠକ ଅନୁଷ୍ଠିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ସିମାନ୍ତ ଜାମଦା ବ୍ଳକର ପଞ୍ଚାୟତ ସମିତିର ସମ୍ମିଳନୀ କକ୍ଷରେ ୪ ର୍ଥ ତମ ବୈଠକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଡୁମକା ହେମ୍ବ୍ରମଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଡ଼ିଓ ଶ୍ରୀ ଦେବାଶିଷ ପଣ୍ଡା, ବ୍ଳକ ଉପାଧ୍ଯକ୍ଷା ଲକ୍ଷ୍ମୀ ଟୁଡୁ,ଏବିଇଓ ଶ୍ରୀ ରୂପେଶ ନାଏକ, ଏଇଇ ଶ୍ରୀ ସନତ ରାଉତ,ସାଂସଦ ପ୍ରତିନିଧି ଶ୍ରୀ ସାମନ୍ତ ଗିରି ପ୍ରମୁଖ ସାମିଲ ହୋଇଥିଲେ ।ବୈଠକରେ ୧୦ ଟି ପଞ୍ଚାୟର ସରପଞ୍ଚ/ସମିତି ସଭ୍ୟ/ସଭ୍ୟା , ଦୁଇ ଜିଲ୍ଲା ପରିଷଦ ସଦସ୍ୟ ପୂର୍ଣ ଚନ୍ଦ୍ର ମାର୍ଣ୍ଡୀ ଏବଂ ଶ୍ରୀ ବାବୁଲା ଟୁଡୁ, ତହସିଲର କର୍ମଚାରୀ, ସିଡିପିଓ,ସହକାରୀ କୃଷି ଅଧିକାରୀ, ସ୍ବାସ୍ଥ୍ୟ ଅଧିକାରୀ, ପଶୁପାଳନ ଅଧିକାରୀ, ଜଳ ବିଭାଜିକା ସହକାରୀ ଯନ୍ତ୍ରୀ, ବିଦ୍ୟୁତ୍ ବିଭାଗ ମନ୍ତ୍ରୀ,ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧିକାରୀ , ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ,ଗ୍ରାମ ପଞ୍ଚାୟତ ବୈଷୟିକ ସହକାରୀ, ସମସ୍ତ ସମ୍ପ୍ରସାରଣ ଅଧିକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବିଭିନ୍ନ ବ୍ୟାଙ୍କ ପରିଚାଳକ, ବିଭିନ୍ନ ଲେମ୍ପର ପରିଚାଳକ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ବିବରଣୀ ପଠନ କରାଯାଇଥିଲା ଶିକ୍ଷା, ସ୍ବାସ୍ଥ୍ୟ,କୃଷି, ମହିଳା ଓ ଶିଶୁ ବିକାଶ, ବିଦ୍ୟୁତ୍ ଯୋଗାଣ, ଜଳସେଚନ,ଯୋଗାଣ,ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ,୧୫ ତମ ସିଏଫସି ଏବଂ ୫ ମ ଏସଏଫସି ଅନୁମୋଦନ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇ ସମସ୍ତେ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତରେ ଥିବା ଉନ୍ନୟନ କାର୍ଯ୍ୟର ଚିଠା ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ଯାବୃନ୍ଦ ଉପସ୍ଥାପନା କରିଥିଲେ । ଜାମଦା ବ୍ଳକର କୋଣ ଅନୁକୋଣେ ସମସ୍ତ ଅଂଚଳର ବିକାଶକୁ ସମସ୍ତ ଜନପ୍ରତିନିଧି,ବ୍ଳକ ପ୍ରଶାସନ ଓ ଅଂଚଳବାସୀଙ୍କ ମିଳିତ ପ୍ରଚେଷ୍ଟା ରହିଲେ ଜାମଦା ଏକ ଅଗ୍ରଣୀ ଓ ବିକଶିତ ବ୍ଳକରେ ପରିଣତ ହେବ ବୋଲି ବ୍ଳକ ଅଧ୍ୟକ୍ଷ ଡୁମୁକା ହେମ୍ବ୍ରମ ସୂଚନା ଦେଇଥିଲେ । ଶାନ୍ତିଶୃଙ୍ଖଳାର ସହିତ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିବାରୁ ବ୍ଳକ ପ୍ରଶାସନ, ସମସ୍ତ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କୁ ଅଧ୍ୟକ୍ଷ ଶ୍ରୀ ଡୁମକା ହେମ୍ବ୍ରମ କୃତଜ୍ଞତା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ