ଶାସଙ୍ଗ ହାଇସ୍କୁଲରେ ୭୪ତମ ଏନସିସି ଦିବସ ପାଳିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ଠାରେ ୭୪ତମ ଏନସିସି ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏନ.ସି.ସି ଏ.ଏନ.ଓ ଶିଶିର କୁମାର ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ନବ କିଶୋର ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଶାସଙ୍ଗ ସରପଞ୍ଚ ମଧୁମିତା ସ୍ୱାଇଁ, ହାଟଡିହି ପଞ୍ଚାୟତର ପୁର୍ବତନ ସରପଞ୍ଚ ଅନୁସୟା ସେଠୀ, ସମ୍ବାଦ ଓ କନକ ନିଉଜ ପ୍ରତିନିଧି କିଶୋର ଆଚାର୍ଯ୍ୟ, ଶିକ୍ଷାବିତ ଅନ୍ତର୍ଯ୍ୟାମୀ ରାଉତ, ଅଧ୍ୟାପକ ସୁବାସ ପାତ୍ର, ବିଶିଷ୍ଟ ଶିଶୁ ସାହିତି୍ୟକ ରତ୍ନାକର ଦାସ, ଶିଶୁ ସାହିତି୍ୟକା ବିଦୁ୍ୟତପ୍ରଭା ଦେଓ, ଣ୍ରୀକାନ୍ତ ପଟ୍ଟନାୟକ, ସୁରେନ୍ଦ୍ର ପରିଡା, ହରିହର ସାମଲନାରାୟଣ ସାହୁ, ନିତ୍ୟାନନ୍ଦ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏକତା, ସଂହତି ରକ୍ଷାକରିବା, ଶୃଙ୍ଖଳା ଓ ସେବା ମନୋବୃତ୍ତିି ରଖିଲେ ଏନସିସି ପାଳନର ଯତାର୍ଥତା ମିଳିପାରିବ ବୋଲି ନିଜ ନିଜ ବକ୍ତବ୍ୟରେ ମତପ୍ରକାଶ କରିଥିଲେ । ଏହି ଅବସରରେ ଏନସିସି କ୍ୟାଡେଟ ମାନଙ୍କ ଦ୍ୱାରା ପ୍ୟାରେଡ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ରାଧାକୃଷ୍ଣ ପତି, ମାଧବାନନ୍ଦ ଜେନା, ପଦ୍ମନାଭ ପଣ୍ଡା, ଶାନ୍ତନୁ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିବାବେଳେ ରମେଶ ଚନ୍ଦ୍ର ନାୟକ, ପର୍ଶୁରାମ ନାୟକ, ସତ୍ୟବ୍ରତ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


