ବିଶ୍ୱତାରିଣୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଛେନାପଦିଛକରେ ଥିବା ବିଶ୍ୱତାରିଣୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କର୍ମଚାରୀ ରମାକାନ୍ତ ରଣସିଂହଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ସୁକାନ୍ତୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ପ୍ରଧ୍ୟାପିକା ରାଜଶ୍ରୀ ଗୋସ୍ୱାମୀ, ଉଷାରାଣୀ ଦାସ, ଅଧ୍ୟାପକ ଦତ୍ତାତ୍ରୟ ସାମଲ, ବିଦାୟୀ କର୍ମଚାରୀଙ୍କ କର୍ମମୟ ଜୀବନୀ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ନଦୀୟା ମୋହନ ପଟ୍ଟନାୟକ ସଂଯୋଜନା କରିଥିବାବେଳେ ଅଧ୍ୟକ୍ଷା ସୁକାନ୍ତୀ ମହାପାତ୍ର ବିଦାୟୀ କର୍ମଚାରୀ ରମାକାନ୍ତ ରଣସିଂହଙ୍କୁ ମାନପତ୍ର, ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁରଭୀ ଦାସ, ଭାରତୀ ଜେନା, ବୁଲି ରାଉତ, ଅନାଦି ଜେନା, ଦେବେନ୍ଦ୍ର ସା, ରମାମଣି ପଳତା, ପ୍ରଦୀପ କୁମାର ମଲ୍ଲିକ, ଶିଶିର କୁମାର ସା ପ୍ରମୁଖଙ୍କ ସମେତ ବିଦ୍ୟାଳୟର ଛାତ୍ରୀମାନେ ଉପସ୍ଥିତ ଥିଲେ । ପ୍ରଧ୍ୟାପକ ହିମାଶୁଂ ଶେଖର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ