କୃଷି ଅଧିକାରୀଙ୍କ ଦ୍ୱାରା ଅମଳକ୍ଷମ ଧାନର ମୂଲ୍ୟାୟନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଳଗୁଣ୍ଠା ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଓଡିଶା ସରକାର ଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ଓଇପିକ୍ରା ପରିକଳ୍ପନା ଅନ୍ତର୍ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ଓ ତାର ସହଯୋଗୀ ଅନୁଷ୍ଠାନ ନିର୍ଦେଶ ସହଯୋଗରେ ଚାଲିଥିବା ୧୬ ପ୍ରକାର ହାଇବ୍ରିଡ଼ ଧାନର ମୂଲ୍ୟାୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର କୃଷି ଅନୁସନ୍ଧାନ ଏବଂ ବିକାଶ ଅଧିକାରୀ ଗିରିଜା ପ୍ରସାଦ ସ୍ବାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଜିଲ୍ଲା କୃଷି ଅଧିକାରୀ ଶଶୀଭୂଷଣ ସେନାପତି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଶାନ୍ତନୁ ଶତପଥୀ ଓ ସମ୍ମାନିତ ଅତିଥି ରୂପେ ବ୍ଲକ କୃଷି ଅଧିକାରୀ ବାସୁଦେବ ସାହୁ,ସହକାରୀ କୃଷି ଅଧିକାରୀ ଯୋଗମାୟା ପଟନାୟକ, ଦିବ୍ୟରଞ୍ଜନ ମାଝୀ, ଓଡିଶା ବିହନ ନିଗମ ଆସ୍କା ପରିଚାଳକ ପ୍ରଦୀପ୍ତ ନାରାୟଣ ପଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।ପ୍ରଥମେ ଆମ୍ବପୁଆ ଗ୍ରାମର ଚାନ୍ଦି ବନ୍ଧ କ୍ଷୁଦ୍ରଜଳସେଚନ ଅଧୀନରେ ଚାଷ ହୋଇଥିବା ୧୬ ଟି ଅଧିକ ଅମଳ କ୍ଷମ ଧାନର ମୂଲ୍ୟାୟନ କରିଥିଲେ ।ସରକାରଙ୍କ ତରଫରୁ ଚାଷୀଙ୍କୁ କମ ଦିନରେ କୌଣସି ରୋଗ ନ ଲାଗି ଅଧିକ ଅମଳ ହେଉଥିବା ଧାନ ବିହନ ଯୋଗାଇ ଦିଆଯାଉଥିବା ବେଳେ ବଜାର ଚାହିଦାକୁ ଆଖି ଆଗରେ ରଖି ଆସନ୍ତା ବର୍ଷ ଏହି ଧାନ କରିବାକୁ କୃଷି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆୟୋଜିତ କଯ୍ୟକ୍ରମରେ ଏସ ଏଚ ଜି ଗ୍ରୁପ ର ସଦସ୍ୟ ,ବିହନ ବିକ୍ରେତା ଡିଲର ଓ ଅଞ୍ଚଳର ବହୁ ଅଗ୍ରଣୀ ଚାଷୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ