ସାହିତ୍ୟ ଜାତିର ଚରିତ୍ର ନିର୍ମାଣରେ ସହାୟକ ହୋଇଥାଏ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗୋଟିଏ ଜାତିର ଚରିତ୍ର ନିର୍ମାଣରେ ସେହି ଜାତିର ଭାଷା-ସାହିତ୍ୟ ପ୍ରମୁଖ ଭୂମିକା ନିର୍ବାହ କରିଥାଏ । ପରମ୍ପରା, ସଂସ୍କୃତି ଓ ସମସାମୟିକ ଚଳଣିରୁ କବି, ଲେଖକ ଉପାଦାନ ସଂଗ୍ରହ କରି ଯେଉଁ ସାହିତ୍ୟ ସୃଷ୍ଟି କରନ୍ତି ତାହା ସେହି ଜାତିର ଚରିତ୍ର ନିର୍ମାଣ କରିଥାଏ ବୋଲି କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ପରିଷଦ ଆନୁକୁଲ୍ୟରେ ଅନୁଷ୍ଠିତ ପୁସ୍ତକ ଉନ୍ମୋଚନ ସମାରୋହରେ ଓଡିଶାର ବିଶିଷ୍ଟ ସାହିତ୍ୟିକ ଓ ସାହିତ୍ୟ ସମାଲୋଚକ ମାନେ ମତବ୍ୟକ୍ତ କରିଛନ୍ତି । କବି ମନୋରଞ୍ଜନ ସାହୁଙ୍କ ତୃତୀୟ କବିତା ସଂକଳନ “କିଛି କବିତା କିଛି ନିରବତା”ର ଲୋକାର୍ପଣ ଉତ୍ସବରେ କଥାକାର ରାମଚନ୍ଦ୍ର ବେହେରା ଉଦଘାଟକ, ବରିଷ୍ଠ ସାହିତ୍ୟିକ ଓ ସ୍ତମ୍ଭକାର ଅଭିରାମ ବିଶ୍ୱାଳ ମୁଖ୍ୟ ଅତିଥି, ସାହିତ୍ୟ ସମାଲୋଚକ ତଥା ଗବେଷକ ପ୍ରାଧ୍ୟାପକ ବେଣୁଧର ପାଢୀ ମୁଖ୍ୟବକ୍ତା, ସାହିତ୍ୟ ସମାଲୋଚକ ଓ କବି ପ୍ରାଧ୍ୟାପକ ଦିଲୀପ କୁମାର ସ୍ୱାଇଁ, କଥାକାର, ଚିତ୍ରଶିଳ୍ପୀ ତଥା ସମ୍ପାଦକ ପ୍ରାଧ୍ୟାପକ ଅତୁଳ ବଳ, କଥାକାର ଅରବିନ୍ଦ ଧଳ ସମୀକ୍ଷକ ଭାବେ ଯୋଗଦେଇ ଉପରୋକ୍ତ ମତ ଉପସ୍ଥାପନ କରିଥିଲେ । ସାହିତ୍ୟ ପରିଷଦର ସଭାନେତ୍ରୀ କବି ଅପର୍ଣ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ସମ୍ପାଦକ ସରୋଜ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଯୁବକବି ତଥା ସମ୍ପାଦକ ପବିତ୍ର ବ୍ରହ୍ମପୁତ୍ର ନାୟକ ଅତିଥି ପରିଚୟ ଦେଇଥିବା ବେଳେ କବି ନବଜ୍ୟୋତି ରାୟ, କଥାକାର ପ୍ରଦୀପ ନାୟକ, କବି ପ୍ରମୋଦ ମଲ୍ଲିକ ଲୋକାର୍ପିତ କବିତା ସଂକଳନର ଉଲ୍ଲେଖନୀୟ କବିତା ପାଠ କରିଥିଲେ । ସମାରୋହରେ ପ୍ରବଚକ ପ୍ରସନ୍ନ ପରିଡା ବେଦ ମନ୍ତ୍ର ପାଠ କରିଥିବା ବେଳେ ସାହିତ୍ୟିକ ଡଃ. ବାସୁଦେବ ଦାସ, ଅନ୍ନପୂର୍ଣ୍ଣା ମହାନ୍ତି, ଆର୍ଯ୍ୟଜଜ୍ଞ ଦତ୍ତ, ଡଃ. ପ୍ରକାଶ ପରିଡା, ଲିଙ୍ଗରାଜ ମହାନ୍ତି, ବିରଜା ପ୍ରସାଦ ରାଉତରାୟ, ଗୈାରବ ସମ୍ପାଦକ ଶଙ୍କର୍ଷଣ ଦାଶ, ପଲ୍ଲକ ସମ୍ପାଦକ ଶଶିକାନ୍ତ ଦାସ, ରତ୍ନାକର ନାୟକ, ଅଭିରାମ ସାହୁ, ଶରତ ନାୟକ, ରମେଶ ପ୍ରତାପ, ରଞ୍ଜନ ବାଇ, ଅମୀୟ ରାଉତ, ପ୍ରେମାନନ୍ଦ ଖଣ୍ଡୁଆଳ, ଶ୍ରୀଧର ସାମଲ, ବୃନ୍ଦାବନ ଦାସ, ରଞ୍ଜନ ବେହେରା, ସୁଶାନ୍ତ ନାୟକ, ଅଶୋକ ବାରିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ