ସାଧନା ବିଦ୍ୟା ମନ୍ଦିରରେ ବାର୍ଷିକ କ୍ରୀଡା ଉଦ୍ଘାଟିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ସାଧନା ବିଦ୍ୟା ମନ୍ଦିରରେ ବାର୍ଷିକ କ୍ରୀଡା ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରଜନୀ ସେଠୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜେ୍ୱାଳନ ପୂର୍ବକ କ୍ରୀଡାକୁ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ସିଲିରାଣୀ ବାରିକଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ସଂପାଦକ ପଦ୍ମଲୋଚନ ବାରିକ, ଅବସରପ୍ରାପ୍ତ ଶିକ୍ଷକ ନବ କୁମାର ଲେଙ୍କା, ବରିଷ୍ଠ ଶିକ୍ଷକ ଦିଗମ୍ବର ସେଠୀ, ବାବାଜି ଚରଣ ଦଳେଇ, ହୃଷିକେଶ ବାରିକ, ସାମ୍ବାଦିକ ହରି ନାରାୟଣ ମହାନ୍ତି ଯୋଗ ଦେଇ ବାର୍ଷିକ କ୍ରୀଡାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂଗୀତ, ବକୃତା, ମ୍ୟୁଜିକ୍ ଚେୟାର, ଦୈାଡ ଡିଆଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ।


