ଟ୍ରକରୁ ବେଆଇନ୍ ଚାନ୍ଦା ଆଦାୟ ଘଟଣା, ଥାନାରେ ଉଭୟ ପକ୍ଷର ଆଲୋଚନା
ଯୋଡ଼ା (ଯୁଗାଦ୍ଦନ୍ୟୁଜ) କେନ୍ଦୁଝର ଜିଲା ଯୋଡା ବ୍ଲକ ଦେଓଝର ପନଚାୟତ କାଟାମାଟି ଲୌହ ଖଣିରେ ସ୍ଥାନୀୟ ଟ୍ରକ ଗୁଡିକରୁ ବେଆଇନ୍ ଚାନ୍ଦା ଆଦାୟ ଘଟଣାରେ ପୋଲିସ ଉଭୟ ପକ୍ଷକୁ ଡାକି ଗୁରୁବାର ଯୋଡା ଥାନାରେ ଆଲୋଚନା କରିଥିବା ଜଣାପଡିଛି । ସୂଚନାନୁଯାୟୀ ,ଗୁରୁବାର ପୂର୍ବାହ୍ନରେ ଯୋଡା ଥାନାରେ ଥାନା ଆଇଆଇସି ରାଇସେନ୍ ମୁର୍ମୁ ଓ ବିଲେଇପଦା ଫାଣ୍ଡି ଅଧିକାରୀ ରଂଜନ କୁମାର ବିଶ୍ୱାଳଙ୍କ ଉପସ୍ଥିତିରେ ଅଭିଯୋଗକାରୀ ଟ୍ରକ ମାଲିକ ଓ ଉକ୍ତ ଲୌହ ଖଣି ନିକଟସ୍ଥ ମୁର୍ଗାବେଡା ଅଂଚଳର ଯୁବକ ମାନଙ୍କ ମଧ୍ୟରେ ବୁଝାବଣା ନେଇ ଏକ ଆଲୋଚନା ହୋଇଥିଲା । ଆଲୋଚନାରେ ବେଆଇନ୍ ଚାନ୍ଦା ଆଦାୟ ନକରି ସ୍ଥାନୀୟ ଗାଡିଗୁଡିକୁ ଲୋଡିଂ ନିମନ୍ତେ ଛାଡିବା ପାଇଁ ମୁର୍ଗାବେଡା ଅଂଚଳର ଯୁବକମାନଙ୍କୁ ପୋଲିସ ପକ୍ଷରୁ କୁହାଯାଇଥିଲା । ବାହାର ଅଂଚଳର ଟ୍ରକ ଗୁଡିକୁ ଲୋଡିଂ ଛାଡିବା ଘଟଣା ପ୍ରଶ୍ନରେ ମୁର୍ଗାବେଡା ଅଂଚଳର ଯୁବକମାନେ କହିଥିଲେ ଯେ, ସେମାନେ ଏଗ୍ରିମେନ୍ଟରେ ବାହାର ଅଂଚଳରୁ ଟ୍ରକ ଆଣି ଏଠାରେ ଚଳାଉଛନ୍ତି । ହେଲେ ପୋଲିସ ପକ୍ଷରୁ କୁହାଯାଇଥିଲା ଯେ, ବାହାର ଅଂଚଳରୁ ଟ୍ରକ ନଆଣି ନିଜ ମାଲିକାନାରେ ଥିବା ଗାଡି ଚଳାଇବା ପାଇଁ । ମୁର୍ଗାବେଡାର ଉକ୍ତ ଯୁବକମାନଙ୍କୁ ନିଜ ମାଲିକାନାରେ ଥିବା ଗାଡିର କାଗଜପତ୍ର ଓ ଏଗ୍ରିମେନ୍ଟର କାଗଜପତ୍ର ଥାନାରେ ଦାଖଲ କରିବା ପାଇଁ ପୋଲିସ ପକ୍ଷରୁ କୁହାଯାଇଥିଲା