ବିଲୁଆ କାମୁଡାରେ ୧୦ ଆହତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲାନିମାପଡ଼ା ଏନ ଏ ଏସି ଅନ୍ତର୍ଗତ ଜଇନାବାଦ,ପ୍ରହରାଜସାହି, ଦଳିତ ସାହି ,ଶ୍ୟାମସୁନ୍ଦରପୁର, ପାଟପୁର, ଝାମ୍ପୁଲାକୁଦ ,ବିଜିପୁର ଆଦି ଅଞ୍ଚଳରେ ଗତ ୩-୪ ଦିନ ହେବ ବିଲୁଆ ଆତଙ୍କ ଦେଖାଦେଇଛି। ଏକ ପାଗଳା ବିଲୁଆ କାମୁଡାରେ ଜଇନାବାଦ ଭୋଇ ସାହି ର ସୁନିଲ ଭୋଇ, ବେଲ ମାଝି,ପ୍ରହରାଜ ସାହି ର ଦିବସ ବନ୍ଧୁ ରଥ, ଶ୍ୟାମସୁନ୍ଦର ପୁର ଗ୍ରାମର ସୁରେନ୍ଦ୍ର ମହାରଣା ଙ୍କ ସମେତ ପ୍ରାୟ ଦଶ ଜଣ ବ୍ୟକ୍ତି ଆହତ ହୋଇ ବିଭିନ୍ନ ସ୍ଵାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି ହୋଇଛନ୍ତି ।ବିଲୁଆ ଟି ପାଗଳ ହୋଇ ଗୋଡ଼ାଇ ଗୋଡ଼ାଇ ଲୋକଙ୍କୁ କାମୁଡୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ପାଗଳ ବିଲୁଆ ଯୋଗୁଁ ଲୋକେ ଆତଙ୍କିତ ଓ ଭୟଭୀତ ହୋଇ ପଡ଼ିଥିବା ବେଳେ ଅନେକ ଗ୍ରାମରେ ସନ୍ଧ୍ୟା ପରେ ତାଟି କବାଟ ପଡ଼ୁଥିବା ଦେଖିବାକୁ ମିଳୁଛି ।କୁଶଭଦ୍ରା ନଦୀକୂଳରେ ଥିବା ଆଖୁ କିଆରିରେ ବିଲୁଆଟି ଲୁଚି ରହି ନଦୀ କୂଳବର୍ତ୍ତି ଅଞ୍ଚଳର ଲୋକଙ୍କୁ କାମୁଡୁ ଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ଏ ନେଇ ବନ ବିଭାଗ ପାଖରେ ଖବର ନଥିବା ସ୍ଥାନୀୟ ଫରେଷ୍ଟର ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ।ଅନ୍ୟ ପକ୍ଷରେ ଗୁରୁତ୍ବପୂର୍ଣ୍ଣ କଥା ହେଲା ବିଲୁଆ କିମ୍ବା କୁକୁର କାମୁଡ଼ିଲେ ଜଳାନ୍ତକ ରୋଗ ହୋଇଥାଏ ।ଏଥି ପାଇଁ ଭେକ୍ସିନ ନେବାକୁ ପଡ଼ିଥାଏ।ତେବେ ଚାରିଛକ, ବଳଙ୍ଗା ଆଦି ମେଡିକାଲ ରେ ଉକ୍ତ ଭେସ୍କିନ ମିଳୁ ନଥିବାରୁ ବାଧ୍ୟ ହୋଇ ବିଲୁଆ କାମୁଡ଼ା ରୋଗୀମାନେ ଭୁବନେଶ୍ୱର,କଟକ ମେଡିକାଲ କୁ ଯାଉଛନ୍ତି ।ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତୁରନ୍ତ ଚାରିଛକ ଓ ବଳଙ୍ଗା ସ୍ଵାସ୍ଥ୍ୟ କେନ୍ଦ୍ର କୁ ବିଲୁଆ କାମୁଡ଼ା ଭେସ୍କିନ ଯୋଗାଇ ଦେବାକୁ ପଦକ୍ଷେପ ନେବାକୁ ଓ ବନ ବିଭାଗ ତୁରନ୍ତ ଉକ୍ତ ପାଗଳ ବିଲୁଆ କୁ ଧରି ଅନ୍ୟତ୍ର ନେଇଯିବାକୁ ସାଧାରଣରେ ଦାବି ହେଉଛି ।


