ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ଗୀତା ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଭାରତୀୟ ସ୍ବାଧୀନତା ଆନ୍ଦୋଳନର ନେତୃବୃନ୍ଦ, ଯେଉଁମାନେ ଭାରତୀୟମାନଙ୍କର ସମ୍ମାନର ଯୋଗ୍ୟ ଥିଲେ, ଗୀତାକୁ ପ୍ରେରଣାର ଉତ୍ସଭାବରେ ଗ୍ରହଣ କରିଥିଲେ l ଏହାର ବିଚାର ଏବଂ ଆଦର୍ଶ କୌଣସି ଦାର୍ଶନିକ ଚିନ୍ତାଧାରର ପରିକଳ୍ପନା ନୁହେଁ, ବରଂ ଜୀବନର ଅନୁଭବ ଦ୍ୱାରା ପ୍ରମାଣ ଯୋଗ୍ୟ ଆଧ୍ୟାତ୍ମିକ ବାସ୍ତବିକତାର ସ୍ଥାୟୀ ସତ୍ୟ ଅଟେ l ଏହାର ଶିକ୍ଷା ସବୁ ମତ ଏବଂ ମାର୍ଗର ଉର୍ଦ୍ଧରେ l ଭାରତ ଇତିହାସର ପଞ୍ଚମ ମୂଳ ଜଗଦଗୁରୁ ଶ୍ରୀକୃପାଳୁ ଜୀ ମହାରାଜ ଜଣେ ଅବତାରିତ ସନ୍ଥ, ଯିଏ ଆଧୁନିକ ଯୁଗରେ ପ୍ରାଚୀନ ବୈଦିକ ଜ୍ଞାନକୁ ପୁନଃ ସ୍ଥାପିତ କରିଛନ୍ତି l ତାଙ୍କରି ନିର୍ଦ୍ଦେଶରେ ବିଶିଷ୍ଟ ପ୍ରଚାରକ ସ୍ୱାମୀ ମୁକୁନ୍ଦାନନ୍ଦ ଜୀ ଭଗବଦ ଗୀତର ବ୍ୟାଖ୍ୟା ବୈଦିକ ସାହିତ୍ୟର ପ୍ରଚାର ପାଇଁ ପ୍ରକାଶିତ କରିଛନ୍ତି l ଏହି ଗୀତା ପୁସ୍ତକ ପବିତ୍ର ଗୀତା ଜୟନ୍ତୀ ତଥା ମାର୍ଗଶିର ଶୁକ୍ଳ ମୋକ୍ଷଦା ଏକାଦଶୀ ଅବସରରେ ଶ୍ରୀ ହରେ ରାମ କୃଷ୍ଣ ଚୌଧୁରୀଙ୍କ ପୌରହିତରେ ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ପରିଛା ମଠ ବିଜେ ଶ୍ରୀ ରସିକରାଜ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରାଯାଇ ଯଥାରିତି ପୂଜାଅର୍ଚ୍ଚନା ପରେ ଗୀତା ଗ୍ରନ୍ଥର ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏଥିରେ ଯୁବ ପ୍ରତିଭା ସାହିତ୍ୟକ ବିଷ୍ଣମୋହନ ଅଧିକାରୀ ଯୋଗଦେଇ ବାଳ କାର୍ଯ୍ୟକ୍ରମର ପୂର୍ବ ସ୍ମୃତି ଗୁଡିକ ମନେପକାଇଥିଲେ l ଶିଶୁ ପ୍ରଜ୍ୟୋତି ଗୀତା ପଠନ କରିଥିବା ବେଳେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବାସହ ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନ ଏବଂ ସମାଜ ପାଇଁ ଗୀତାର ଅତି ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ


