ଶ୍ରୀ ବାସୁଦେବ ମନ୍ଦିରର ପ୍ରତିଷ୍ଠା ଉତ୍ସବ ରେ ଯୋଗ ଦେଲେ ମନ୍ତ୍ରୀ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ର ନୟାହାଟ ନିକଟସ୍ଥ ନୂଆ ପାଟଣା ଗ୍ରାମ ଠାରେ ଶ୍ରୀ ବାସୁଦେବ ଠାକୁର ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଧୁମଧାମ ରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କ୍ରୀଡା, ଯୁବ ବ୍ୟାପାର ଓ ଗୃହରାଷ୍ଟ୍ର ମନ୍ତ୍ରୀ ଇଁ ତୁଷାର କାନ୍ତି ବେହେରା ଯୋଗ ଦେଇଥିବାବେଳେ ସୁନାମଧନ୍ୟ ଗାୟିକା ଶୈଳବାଳା ମହାପାତ୍ର, କାକଟପୁର ବିଡ଼ିଓ ତୁଷାର ଜ୍ୟୋତି ରଂଜନ,ଯୁବ ନେତା ଅକ୍ଷୟ କୁମାର ସ୍ୱାଇଁ,ପୁରୀ ଜିଲ୍ଲା ସମବାୟ ସମିତି ଚେୟାରମ୍ୟାନ କିଶୋର ଚନ୍ଦ୍ର ଛୋଟରାୟ ,ନୟାହାଟ ଫାଣ୍ଡି ଅଧିକାରୀ ବାବୁଲି ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। କଣ୍ଠ ଶିଳ୍ପୀ ଶୈଳଭାମା ଙ୍କୁ ଦେଖିବାପାଇଁ ନୟାହାଟ ବଜାର ଲୋକାରଣ୍ୟ ହୋଇପଡ଼ିଥିଲା। ଶ୍ରୀ ଜଗନ୍ନାଥ ଏବଂ ପ୍ରଭୁ ଶ୍ରୀ କୃଷ୍ଣ ଙ୍କ ର ଦୁଇଟି ଲୋକପ୍ରିୟ ଭଂଜନ ଗାଇ ଭକ୍ତ ମାନଙ୍କୁ ଆନନ୍ଦିତ କରିଥିଲେ ଶୈଳଭାମା ।ଶେଷରେ ଗ୍ରାମକମିଟି ତରଫରୁ ସମସ୍ତଙ୍କୁ ଭବ୍ୟସମ୍ବର୍ଧନା ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ