ପରିବେଶ ସୁରକ୍ଷା ବାର୍ତ୍ତା ନେଇ ସାତପଡା ରୁ ପାରାଦ୍ୱୀପ ସାଇକେଲ ଯାତ୍ରା

ନିମାପଡ଼ା, (ସନ୍ତୋଷ ଦାଶ):ପଲ୍ଲୀ ରୁ ସହର ସବୁଆଡେ ପରିବେଶ ସୁରକ୍ଷା ଚିନ୍ତା। ପ୍ରାକୃତିକ ବିପର୍ଯୟ ଠାରୁ ଆରମ୍ଭ କରି ମନୁଷ୍ୟକୃତ କାରଣ ରୁ ଆମ ପରିବେଶ ,ଜଙ୍ଗଲ ଓ ବନ୍ୟଜନ୍ତୁ ପ୍ରଭାବିତ ହେବାରେ ଲାଗିଛନ୍ତି। ଭାରସମ୍ୟ ହରାଇବାରେ ଲାଗିଛି ତାପମାତ୍ରା। ଏଭଳି ସମୟରେ ଲୋକ ମାନଙ୍କୁ ସଚେତନ କରାଇବା ପାଇଁ ସାତପଡା ରୁ ପାରାଦ୍ୱୀପ ପର୍ଯ୍ୟନ୍ତ ବାଇଶି ଜଣ ବ୍ୟକ୍ତି ସାଇକେଲ ଯାତ୍ରା ମାଧ୍ୟ୍ୟମ ରେ ନଭେମ୍ବର ୨୫ରୁ ସାତପଡ଼ା ଠାରୁ ବାହାରି ବ୍ରହ୍ମଗିରି, ପୁରୀ, ମଦରଙ୍ଗ,କୋଣାର୍କ, କୁରୁଜଙ୍ଗ ଦେଇ ଶନିବାର ଦିନ ଅସ୍ତରଙ୍ଗ ବଜାର ରେ ପହଂଚିଥିଲେ। ସାଇକେଲ ଯାତ୍ରା କରୁଥିବା ସମସ୍ତ ପରିବେଶବିତ ଙ୍କୁ ଅସ୍ତରଙ୍ଗ ବ୍ୟବସାୟୀ ସଙ୍ଘ ତରଫରୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା । ପରିବେଶବିତ ମାନେ ପରିବେଶ ସୁରକ୍ଷା ଉପରେ ସ୍ଥାନୀୟ ଜନସାଧାରଣ ଙ୍କୁ ବିଭିନ୍ନ ବିଷୟରେ ସଚେତନ କରିଥିଲେ। ଏହି ଯାତ୍ରୀମାନେ ଅସ୍ତରଙ୍ଗ ଠାରୁ ବାହାରି ପାରାଦ୍ୱୀପ ଅଭିମୁଖେ ଯାତ୍ରା କରିଥିଲେ।ଆସନ୍ତା ଡିସେମ୍ବର ପାଞ୍ଚ ତାରିଖ ରେ ଏହି ସାଇକେଲ ଯାତ୍ରା ଉଦଯାପନ ହେବାର କାର୍ଯ୍ୟକ୍ରମ ରହିଚି। ଅସ୍ତରଙ୍ଗ ରେ ବାଇଶି ଜଣ ପରିବେଶବିତ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିବା ସମୟରେ ଅସ୍ତରଙ୍ଗ ବ୍ୟବସାୟୀ ସଙ୍ଘ ସଭାପତି ଦୁଷ୍ମନ୍ତ ପରିଡା, ସମାଜସେବୀ ସତ୍ୟବ୍ରତ ଲେଙ୍କା , ଶିକ୍ଷାବିତ କାଳନ୍ଦୀ ଚରଣ ଛାଟୋଇ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ