ମୋ ପୋଲିସ କାର୍ଯ୍ୟକ୍ରମ ଓ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ଚାରିଛକ ଫାଣ୍ଡି ପରିସର ମଧ୍ୟରେ ମୋ ପୁଲିସ କାର୍ଯ୍ୟକ୍ରମ ଓ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ବଣ୍ଟନ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ,ନିମାପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବାଶିଷ ମିଶ୍ର ଡିଏସପି ମନୋବ୍ରତା ଶତପଥୀ, ନିମାପଡ଼ା ଥାନା ଅଧିକାରୀ ଶଙ୍କର୍ଷଣ ଦଳାଇ ,ବିଜୟ ଲକ୍ଷ୍ମୀ ବଡ଼ଜେନା, ୨୧ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ନାୟକ ପ୍ରମୁଖ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ବଣ୍ଟନ କରିଥିଲେ ।ଫାଣ୍ଡି ଅଧିକାରୀ ଶିଶିର ମହାନ୍ତି ଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟ କ୍ରମରେ ୮୦ ଜଣ ବରିଷ୍ଠ ନାଗରିକ ଯୋଗ ଦେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କ ଠାରୁ ପରିଚୟ ପତ୍ର ଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ନିମାପଡ଼ା ବ୍ଲକ ରଭୋଦର,ତମ୍ପାଳୋ, ଛଣିଜଙ୍ଗ,କଳାପାଞ୍ଚଣ,ବାହାରଣା, ତୁଳସୀପୁର ପ୍ରଭୁତି ୬ଟି ପଞ୍ଚାୟତ ର ଲୋକ ପ୍ରତିନିଧି ଓ ପୂର୍ବତନ ଲୋକ ପ୍ରତିନିଧି ମାନେ ଯୋଗ ଦେଇଥିଲେ।ଖୁବ୍ ଶୀଘ୍ର ଫାଣ୍ଡି କୁ ଥାନାର ମାନ୍ୟତା ,ନୂତନଗାଡି ଟ୍ରାଫିକ ସମସ୍ୟା ଦୂରୀକରଣ ଲାଗି ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ନିଜ ବକ୍ତବ୍ୟ ରେ କହିଥିଲେ।ଏହାକୁ ପରିଚଳନା କରିଥିଲେ ସାମ୍ବାଦିକ ଡଃ କେଦାରନାଥ ସାହୁ ।


