ବିରିକୋଟରେ କଣ୍ଢେଇ ଯାତ୍ରା ପର୍ବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟରେ କଣ୍ଢେଇ ଯାତ୍ରା ପର୍ବ ୨୧ ଦିନ ଧରି ପାଳିତ ହେlଇଯାଇଛି l ମାର୍ଗଶିର ମାସର ପ୍ରଥମ ଗୁରୁବାର ଦିନ ଏହି କଣ୍ଢେଇ ଯାତ୍ରା ଆରମ୍ଭ ହୁଏ । ରୀତିନୀତି ଅନୁସାରେ ପୁରୁଣା ପରମ୍ପରାକୁ ନେଇ ହୋଇ ଆସୁଛି କଣ୍ଢେଇ ଯାତ୍ରା ।ପୂର୍ବ ପୁରୁଷରୁ ଏହାକୁ ମହାସମାରୋହକୁ ଗ୍ରାମବାସୀ ପାଳନ କରି ଆସୁଛନ୍ତି l ଏହି ଯାତ୍ରା ପାଳନ କଲେ ଗାଁ ଲୋକଙ୍କୁ କୌଣସି ରୋଗ ବ୍ୟାଧି ହେବ ନାହିଁ, ବର୍ଷା ଭଲ ହେବ, ଭଲ ଫସଲ ଓ ଅମଳ ଭଲ ହେବ ବୋଲି ଲୋକେ ବିଶ୍ୱlସ କରନ୍ତି। ପ୍ରଥମ ଦିନରେ ବ୍ରହ୍ମା, ବିଷ୍ଣ, ମହେଶ୍ୱରକୁ ପୂଜା ଅର୍ଚ୍ଚନା ଓ ଆରାଧନା କରି ବାଉଁଶ କୁଞ୍ଜାରେ ମାଟି ଧରି ଗାଁକୁ ଅଣାଯାଇଥାଏ l ସେହି ମାଟିରେ ବିଭିନ୍ନ ପ୍ରକାର ଦେବା ଦେବୀଙ୍କ ମୂର୍ତ୍ତି କରିଥାନ୍ତି ଗାଁର ଯୁବକ ଓ ବୟୋଜ୍ୟଷ୍ଠମାନେ। ୨୧ ଦିନ ଧରି ନିଷ୍ଠାର ସହ ପାଳନ କରିଥାନ୍ତି ଗ୍ରାମବାସୀ l ତୁତୀୟ ଦିନରେ ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବକୁ ଆଣି ପୂଜା ଅର୍ଚ୍ଚନା କରାଯାଏ। ଏହା ପରେ ଠାକୁରଙ୍କୁ ଗାଁର ପ୍ରତ୍ୟକ ସାହି ପରିକ୍ରମା କରି ଗାଁ ଦାଣ୍ଡର କଣ୍ଢେଇ କୁଡ଼ିଆ ଘରେ ରଖାଯାଏ l ୨୦ ଦିନରେ ଜଙ୍ଗଲକୁ ଯାଇ ପୂଜା ଅର୍ଚ୍ଚନା ଓ ଆରାଧନା କରି ଦାରୁବ୍ରହ୍ମ ବା ଶାଳଗଛକୁ ଅଣାଯାଇ ଗାଁ ଦାଣ୍ଡରେ ପୋତା ଯାଏ। ମହାଭାରତ ଯୁଦ୍ଧର ବେଲାଳସେ ନ ମୂର୍ତ୍ତିକୁ ଖମ୍ବ ଉପରେ ରଖି ଦୁଇ ପାର୍ଶ୍ଵରେ କୌରବ ଓ ପଞ୍ଚୁ ପାଣ୍ଡବ ଯୁଦ୍ଧ ଭଳି ସାଜସଜ୍ଜା କରାଯାଇଥାଏ l ଏହି ପର୍ବକୁ କୁଣ୍ଢେଇ ଯାତ୍ରା ପର୍ବ ବୋଲି କୁହାଯାଏ l ଏହି ଯାତ୍ରା ଦେଖିବାକୁ ପାଖଆଖ ଅଞ୍ଚଳର ଶହ ଶହ ସଂଖ୍ୟାରେ ଲୋକେ ଜମା ହୋଇଥାନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ