ଓଡ଼ିଶା ଗ୍ରାମ ପଞ୍ଚାୟତ ଅସ୍ଥାୟୀ ୪ର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ବିଶାଳ ଗଣଧାରଣା ପ୍ରତ୍ୟାହୃତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶ ଗ୍ରାମ ପଞ୍ଚାୟତ କର୍ମଚାରୀ ରାଜ୍ୟ ସଂଘ ପକ୍ଷରୁ ଗତ ୨୮.୧୧.୨୦୨୨ରିଖ ଠାରୁ ଯେଉଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡ଼କାରା ଦିଆଯାଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ୬୭୯୪ ଗ୍ରାମ ପଞ୍ଚାୟତରେ କାର୍ଯ୍ୟ କରୁଥିବା ଅସ୍ଥାୟୀ ୪ର୍ଥ ଶ୍ରେଣୀ କର୍ମଚାରୀ, ପିଅନ, ରାତ୍ରି ଜଗୁଆଳୀ, ଝାଡୁଦାର ମାନଙ୍କ ମିଳିତ ଗଣଧାରଣା ଲୋୟର ପିଏମ୍‌ଜି, ଗାନ୍ଧୀମାର୍ଗ, ୟୁନିଟ୍‌-୨, ଭୁବନେଶ୍ୱରଠାରୁ ଧାରଣାସ୍ଥଳରୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଡ଼େଲିଗେଟ ଡ଼ାକରାରେ କର୍ମଚାରୀ ପ୍ରତିନିଧି ମଣ୍ଡଳୀ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ସୁବ୍ରତ କୁମାର ରାଉଳଙ୍କ ନେତୃତ୍ୱରେ ସହ ସମ୍ପାଦକ ସନାତନ ପ୍ରଧାନ, କୋଷାଧ୍ୟକ୍ଷ ଅରୁପା ଡ଼ାକୁଆ, ଗୋପିନାଥ ଭୂୟାଁ ଓ ପ୍ରମୋଦିନୀ ପ୍ରଧାନଙ୍କ ଉପସ୍ଥିତିରେ ସଚିବାଳୟରେ ପ୍ରମୁଖ ଶାସନ ସଚିବ ମହୋଦୟଙ୍କ ତରଫରୁ ଡ଼େଲିଗେଟ ଦାୟିତ୍ୱ ଉଚ୍ଚପଦସ୍ଥ ଅଧିକାରୀ ବିଭାଗର ନିର୍ଦ୍ଦେଶକ, ପଞ୍ଚାୟତିରାଜ ମହୋଦୟଙ୍କ ସଚିବାଳୟ ଚାମ୍ବରରେ ଦାବୀ ବିଚାର ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଗଲା । ମହୋଦୟଙ୍କ କଥା ମୁତାବକ ରାଜ୍ୟ ସରକାରଙ୍କ ସମ୍ମାନୀୟ ମୁଖ୍ୟ ଶାସନ ସଚିବ ମହୋଦୟଙ୍କ ଉଚ୍ଚକ୍ଷମତା କମିଟିରେ କର୍ମଚାରୀ ଦାବୀ ଫାଇଲ ଆଲୋଚନା କରାଯାଇ ଯଥାସମ୍ଭବ ସରକାରୀ ଅନୁଦାନ ବ୍ୟବସ୍ଥା କରାଯିବ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଗ୍ରହଣ କରିବା ଉପରେ ଆଲୋଚନା ରହିଅଛି । ଏଣୁ ସମସ୍ତ କର୍ମଚାରୀ ଧାରଣାକୁ ପ୍ରତ୍ୟାହୃତ କରି ନିଜ ନିଜ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟମାନଙ୍କରେ ଯୋଗଦାନ କରି ସହଯୋଗ କରି ଜନସାଧାରଣଙ୍କୁ ସେବା ପ୍ରଦାନ କରିବାରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ଉପରେ ଧାରଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀମାନଙ୍କ ଆଗରେ ପ୍ରକାଶ କରାଯାଇ ଧାରଣା ପ୍ରତ୍ୟାହୃତ କରାଗଲା ବୋଲି ସଂଘର ସାଧାରଣ ସମ୍ପାଦକ ଶ୍ରୀ ରାଉଳ ପ୍ରକାଶ କରିବା ସହିତ ଓଡ଼ିଶା ଗ୍ରାମ ପଞ୍ଚାୟତ କମଚାରୀ ସଂଘ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସମସ୍ତ ଗଣମାଧ୍ୟମ ଓ ଓଡ଼ିଆ ଦୈନିକ ଖବର କାଗଜରେ ପ୍ରଚାର ଓ ପ୍ରସାରଣ ପାଇଁ ଅନୁରୋଧ କରାଗଲା । ଗତ ୨୮.୧୧.୨୦୨୨ରିଖ ବିଶାଳ ଗଣଧାରଣା କାର୍ଯ୍ୟକାରୀ ସଭାପତିଙ୍କ ନେତୃତ୍ୱରେ ବିଶାଳ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ସମସ୍ତ କର୍ମଚାରୀ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ