ସ୍ପାର୍କର୍ ସିରିଜ୍ର ନୂଆ ସ୍ମାର୍ଟଫୋନ୍ ସ୍ପାର୍କର୍ ପାୱାରର ବଜାର ପ୍ରବେଶ
ନୂଆଦିଲ୍ଲୀ- ଅଗ୍ରଣୀ ପ୍ରିମିୟମ୍ ସ୍ମାର୍ଟଫୋନ୍ ନିର୍ମାତା ଟେକ୍ନୋ ମୋବାଇଲ୍ ପକ୍ଷରୁ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରାନ୍ସସିଅନ୍ ଇଣ୍ଡିଆର ସ୍ପାର୍କ ସିରିଜ୍ର ନୂଆ ସ୍ମାର୍ଟଫୋନ୍ ସ୍ପାର୍କର୍ ପାୱାରର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହାର ମୂଲ୍ୟା ୮୪୯୯ ଟଙ୍କାଥିବାବେଳେ ଏହାର ବିକ୍ରି ଫ୍ଲିପ୍କାର୍ଟରେ ୨୦୧୯ ଡିସେମ୍ବର ୧ତାରିଖ ମଧ୍ୟାହ୍ନଠାରୁ ଆରମ୍ଭ ହେବ । ଏଥିରେ ୬୦୦୦ଏମ୍ଏଏଚ୍ ଦୀର୍ଘ ବ୍ୟାଟେରୀ ଲାଇଫ୍ ରହିଛି । ଏହା ବିନା ଚାର୍ଜିର୍ଂରେ ୫ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ସକ୍ଷମ । ଏହା ୧୯ ଘଂଟାର ଭିଡ଼ିଓ ପ୍ଲେ ବ୍ୟାକ୍, ୩୫ ଘଂଟାର କଲିଂ, ୧୭ ଘଂଟାର ଗେମିଂ ଏବଂ ୨୦୦ ଘଂଟାର ମ୍ୟୁଜିକ୍ ସୁବିଧା କେବଳ ଥରେ ଚାର୍ଜରେ ଉପଲବ୍ଧ କରିବ ।