ମାଣ୍ଡିଆ ଚାଷୀଙ୍କ ପଞ୍ଜିକରଣ ନିମନ୍ତେ ବୁଲିଲା ସଚେତନତା ରଥ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଅନ୍ତର୍ଗତ ଗୁମ୍ମା ବ୍ଲକ ଗୁମ୍ମା ସ୍ଥିତ କୃଷି କାର୍ଯ୍ୟାଳୟ ଠାରେ ସ୍ବେଛାସେବୀ ଅନୁଷ୍ଠାନ ସିସିଡ଼ି ଏବଂ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତଥା ଓଡିଶା ମିଲେଟ ମିଶନ ମିଳିତ ସହଯୋଗରେ ମାଣ୍ଡିଆ କ୍ରୟ ପାଇଁ ଚାଷୀ ପଞ୍ଜିକରଣ ସଚେତନତା ରଥକୁ ବ୍ଲକ୍ କୃଷି ଅଧିକାରୀ ଶ୍ରୀ ନାରାୟଣ ଚାନ୍ଦ , ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଅତିରିକ୍ତ କୃଷି ଅଧିକାରୀ ସୁଶ୍ରୀ ସଂଘମିତ୍ରା ପ୍ରଧାନ , କୃଷକ ସାଥି ଓ ଚାଷୀ ସମେତ ସିସିଡ଼ି ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଏହି ସଚେତନତା ରଥ ତା: ୯/୧୨/୨୦୨୨ ଠାରୁ ୧୬/୧୨/୨୦୨୨ ତାରିଖ ପର୍ଯ୍ୟନ୍ତ ବ୍ଲକର ୨୦ଟି ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମକୁ ଗ୍ରାମ ବୁଲି ମଣ୍ଡି ଚାଷୀ ମାନଙ୍କର ପଞ୍ଜିକରଣ କରିବା ପାଇଁ ସଚେତନ କରିବା ସହିତ ପଞ୍ଜିକରଣ ନିମନ୍ତେ ଆବଶ୍ୟକ ସମସ୍ତ ନଥିପତ୍ର ସଂଗ୍ରହ କରାଯିବ ବୋଲି ସିସିଡ଼ି ଅନୁଷ୍ଠାନର ବ୍ଲକ ସଂଯୋଜକ ଜଣାଇଥିଲେ । ଚାଷୀ ମାନେ ନିଜର ନାମ ପଞ୍ଜିକରଣ କରିବା ସହିତ ମଣ୍ଡିରେ କୁଇଣ୍ଟାଲ ପିଛା ୩୫୭୮ ଟଙ୍କା ଦରରେ ଟି.ଡ଼ି.ସି.ସି.କୁ ବିକ୍ରି କରି ଚାଷୀମାନେ ମାଣ୍ଡିଆର ପ୍ରକୃତ ମୂଲ୍ୟ ପାଇପାରିବେ ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ