ସ୍ୱାଗତିକା ପାତ୍ର ହେଲେ କେନ୍ଦ୍ରାପଡା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଶିଶୁ ମଙ୍ଗଳ ସମିତିର ନୂତନ ଅଧ୍ୟକ୍ଷା ଭାବେ ସ୍ୱାଗତିକା ପାତ୍ରଙ୍କୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ସଂଖ୍ୟା – ୨୦୫୪୭ ତା ୮.୧୨.୨୦୨୨ରିଖରେ ନିଯୁକ୍ତି ପ୍ରଦାନ କରାଯାଇଛି । ସେହିଭଳି ଶିଶୁ ମଙ୍ଗଳ ସମିତିର ସଦସ୍ୟ ଓ ସଦସ୍ୟା ଭାବରେ ଭୁବନେଶ୍ୱରର ନିଳାଦ୍ରୀବିହାରର ବାସନ୍ତୀ ବେହେରା, କଟକ ସିଡିଏର ରତ୍ନମଞ୍ଜରୀ ବେହୁରା,ଡେରାବିଶ ବ୍ଲକ ଚାଟରାଶାସନର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଓ ସବଳଙ୍ଗ କଣିପଡାର ଲଳିତ କୁମାର ସାହୁଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ସମିତିର କାର୍ଯ୍ୟକାଳ ୩ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ନିର୍ଦେଶନାମାରେ ଉଲ୍ଲେଖ ରହିଛି । ଅଧ୍ୟକ୍ଷା ଶ୍ରୀମତୀ ପାତ୍ର ହେଉଛନ୍ତି କେନ୍ଦ୍ରାପଡା ସହରର ବଣିଆମାଳର ବାସୀନ୍ଦା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ