ଓଡିଶା ପରିବେଶ ସମିତି ଦ୍ୱାରା ଚାରା ରୋପଣ ଓ ବଣ୍ଟନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଓଡିଶା ପରିବେଶ ସମିତି (O.E.S) ଆନୁକୁଲ୍ୟରେ ଏବଂ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଆଞ୍ଚଳିକ ଶାଖା ରାୟଗଡାଙ୍କ ପୃଷ୍ଠ ପୋଷକତା ମାଧ୍ୟମରେ ପାରଳାଖେ ମୁଣ୍ଡି ଅଂଚଳର (ଗଜପତି ଜିଲ୍ଲା) କୁରଲୁଣ୍ଡାଗୁଡ଼ା, ତୁଟାବାଡ, ରାମନଗର, ସୀତାନଗର, ପାରସମ୍ଭା , ବୁରୁଡ଼ା ଗ୍ରାମର ଆଦିବାସୀ ଅଂଚଳରେ ତା- ୧୨-୧୨-୨୦୨୨ (ସୋମବାର ) ଦିନ ପଣସ,ଆମ୍ବ,ପିଜୁଳି ଇତ୍ୟାଦି ୪୫୦ଟି ଫଳନ୍ତି ଚାରାରୋପଣ କରିବା ସହ ଆଦିବାସୀ ଲୋକଙ୍କୁ ବଣ୍ଟନ କରାଯାଇଥିଲା | ବୃକ୍ଷ ରୋପଣ ଉତ୍ସବରେ ଶ୍ରୀଯୁକ୍ତ ଅଶୋକ ବେହେରା ,Assistant Conservator of Forest, Divisional Forest Office, ପାରଳାଖେମୁଣ୍ଡି ଏବଂ କୁରଲୁଣ୍ଡାଗୁଡ଼ା ଗ୍ରାମର ଶ୍ରୀମତୀ ପାର୍ବତୀ ଶବର, ୱାର୍ଡ ମେମ୍ବର, , ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ | ଓଡିଶା ପରିବେଶ ସମିତି ର ମୂଳ ଲକ୍ଷ୍ୟ ହେଉଛି ସାରା ଓଡ଼ିଶାରେ ସବୁଜ ବଳୟ ସୃଷ୍ଟି କରି ପ୍ରାକୃତିକ ବିପର୍ଯ୍ୟରୁ ରକ୍ଷା କରିବା| ଶ୍ରୀଯୁକ୍ତ ଅଶୋକ ବେହେରା ,Assistant Conservator of Forest, ତାଙ୍କ ଅଭିଭାଷଣରେ ଗଛର ଉପକାରିତା ଓ ଆବଶ୍ୟକତା ସହ ବିଶ୍ୱ ତାପନ ଓ ଜଳବାୟୁ ପରିବର୍ତ୍ତନର ଅନିୟମିତା , ଜୈବବିବିଧତା ସଙ୍କୁଚନ ପରିବେଶ ପ୍ରଦୂଷଣ କୁ ନିୟଂତ୍ରଣ କରିବାରେ ପ୍ରାକୃତିକ ଜଙ୍ଗଲ ର ବିକାଶ ଅପରିହାର୍ଯ୍ୟ ବୋଲି ଲୋକଙ୍କୁ ଅବଗତ କରାଇଥିଲେ |ଓଡିଶା ପରିବେଶ ସମିତି ର ଆଜୀବନ ସଦସ୍ୟ ଶ୍ରୀଯୁକ୍ତ ଏ. ଜଗନ୍ନାଥ ରାଜୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ | ଓଡିଶା ପରିବେଶ ସମିତି ର ଆଜୀବନ ସଦସ୍ୟ ଶ୍ରୀ ସୁକାନ୍ତ ପଟ୍ଟନାୟକ ପୂର୍ଣ୍ଣ ସହଯୋଗ କରିଥିଲେ | ଶ୍ରୀଯୁକ୍ତ ହୃଷିକେଶ ପଣ୍ଡାଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା |


