ପାଲା କଳାକାରଙ୍କ ସ୍ମୃତିଚାରଣ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଅର୍କ ମଣ୍ଡଳ ପାଲା ଗାୟକ ପରିଷଦର ବରିଷ୍ଠ ପାଲା ପାଳିଆ ତଥା ସଙ୍କୀର୍ତ୍ତନ ଗାୟକ ଗୁରୁ ସ୍ୱର୍ଗତଃ ପ୍ରହ୍ଲାଦ ପ୍ରଧାନ ଙ୍କ ସ୍ମୃତିରେ ତାଙ୍କ ଜନ୍ମ ସ୍ଥାନ ଗୋପ ନିକଟସ୍ଥ ପୋଇତରା ଗ୍ରାମରେ ଏକ ସ୍ମୃତି ଚାରଣ ସଭା ଅର୍କମଣ୍ଡଳ ପାଲାଗାୟକ ପରିଷଦ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଅଖଣ୍ଡ ପୁରୀ ଜିଲ୍ଲା ପାଲା ଗାୟକ ପରିଷଦ ସଭାପତି ଗାୟକ ବ୍ୟାସ ଶ୍ରୀଯୁକ୍ତ ଲକ୍ଷ୍ମୀଧର ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଅତିଥି ଭାବରେ ରାଜ୍ୟ ପାଲା ଗାୟକ ପରିଷଦ ର ସାଧାରଣ ସଂପାଦକ ଗାୟକ ଆନନ୍ଦ ଶ୍ରୀଯୁକ୍ତ ବସନ୍ତ କୁମାର ରାଉତ, ରାଜ୍ୟ ସାଂସ୍କୃତିକ ସମ୍ପାଦକ ଗାୟକ ବାଚସ୍ପତି ପଣ୍ଡିତ ବନବିହାରୀ ଗ୍ରହାଚାର୍ଯ୍ୟ, ଅର୍କ ମଣ୍ଡଳ ସଭାପତି ଗାୟକ ଲଳିତ ଶ୍ରୀଯୁକ୍ତ ଉପେନ୍ଦ୍ର ନାଥ ବେହେରା, ଗୋପ ବ୍ଲକ ଉପାଧ୍ୟକ୍ଷ, ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ଶ୍ରୀଯୁକ୍ତ ବିମ୍ବାଧର ପରିଡ଼ା ପ୍ରମୁଖ ଯୋଗଦାନ କରି ସ୍ୱର୍ଗତଃ ପ୍ରହ୍ଲାଦ ପ୍ରଧାନ ଙ୍କ ର ସ୍ମୃତି ଚାରଣ କରିଥିଲେ। ଅର୍କ ମଣ୍ଡଳ ସଂପାଦକ ଗାୟକ ଅତିବଡୀ ମଙ୍ଗରାଜ ବିଶ୍ଵାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲା ବେଳେ ଗାୟକ ଶ୍ରୀଯୁକ୍ତ ବସନ୍ତ କୁମାର ମଙ୍ଗରାଜ, ଶରତ ଚନ୍ଦ୍ର ବାରିକ,ଗାୟିକା ସଂଘମିତ୍ରା ବରାଳ, ସହକର୍ମୀ ପ୍ରଫୁଲ୍ଲ କୁମାର ପଣ୍ଡା , ପ୍ରକାଶ କୁମାର ସାହୁ,ପ୍ରଦ୍ୟୁମ୍ନ ପାଣ୍ଡି ପ୍ରମୁଖ ଶତାଧିକ ପାଲା ପ୍ରେମୀ ଉପସ୍ଥିତ ଥିଲେ ।ପ୍ରକାଶ ଥାଉକି ସ୍ୱର୍ଗତଃ ପ୍ରଧାନ ଜଣେ ଦକ୍ଷ ପାଳିଆ ଭାବରେ ଗାୟକ ବ୍ୟାସ ଶ୍ରୀଯୁକ୍ତ ଲକ୍ଷ୍ମୀଧର ଦାଶ ଙ୍କ ସହିତ କିଛି ବର୍ଷ ରହିବା ପରେ ଗାୟକ ବାଚସ୍ପତି ପଣ୍ଡିତ ବନବିହାରୀ ଗ୍ରହାଚାର୍ଯ୍ୟ ଙ୍କ ସହ ଶେଷ ପର୍ଯ୍ୟନ୍ତ ରହି ଆସିଥିଲେ । ତାଙ୍କର ସୁପୁତ୍ର ଏବଂ ଗ୍ରାମବାସୀମାନେ ସହଯୋଗ କରିଥିଲେ ।