ଲଜରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର, (ସରୋଜ ପଣ୍ଡା):ସ୍ଥାନୀୟ ମୋତିଗଞ୍ଜ ବଜାରର ଏକ ଲଜରୁ ଜନୈକ ଯୁବକଙ୍କ ମୃତ ଦେହକୁ ଟାଉନ ଥାନା ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ସହରର ସୁଏଲପୁର ଅଞ୍ଚଳର ସ୍ୱର୍ଗତ ରେବତୀ ନନ୍ଦନ ଶର୍ମାଙ୍କ ପୁତ୍ର ରାଜକିଶୋର ଶର୍ମା (୪୪) । ପତ୍ନୀଙ୍କ ଦେହାନ୍ତ ପରେ ସେ ଗତ କିଛିଦିନ ଧରି ମାନସିକ ଅବସାଦ ମଧ୍ୟରେ ରହୁଥିଲେ । ନିଜର ଦୁଇଝିଅଙ୍କୁ ନିଜ ଶାଳକଙ୍କ ଘରେ ରଖି ଏକାକୀ ଜୀବନ ଅତିବାହିତ କରୁଥିଲେ । କିଛି ମାସ ହେଲା ସେ ଏହି ଲଜ ର ୧୦୩ନମ୍ବର ରୁମରେ ରହୁଥିଲେ ଓ ମଝିରେ ମଝିରେ ଲଜ ଛାଡି ବାହାରକୁ ଚାଲିଯାଉଥିଲେ । ଗତ ୯ ତାରିଖ ଠାରୁ ଶ୍ରୀ ଶର୍ମା ରୁମରେ ରହିଥିଲେ । ଗତ କାଲି ରୁମରୁ ନ ବାହାରିବାରୁ ଲଜ କର୍ମଚାରୀମାନେ ସନ୍ଦେହ କରି ଝରକା କାଚ ଭାଙ୍ଗି ଦେଖିଥିଲେ ଯେ ଶ୍ରୀ ଶର୍ମା ଖଟ ଉପରେ ଶୋଇଛନ୍ତି । ମାତ୍ର ଯେତେ ଡାକିଲେ ମଧ୍ୟ ସେ ଉଠୁ ନାହାନ୍ତି । ଏନେଇ ଟାଉନ ଥାନାରେ ଲଜ ମାଲିକଙ୍କ ଏତଲା କ୍ରମେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ କବାଟ ଭାଙ୍ଗି ମୃତ ଦେହ ଜବତ କରିଛି । ୧୮୬/୨୨ ନଂର ଏକ ଅପମୃତ୍ୟୁ ମାମଲା ରୁଜ୍ଜ ସହ ପରିବାର ଲୋକଙ୍କ ଉପସ୍ଥିତିରେ ପାଞ୍ଚନାମା ପୂର୍ବକ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଛି । ଅନ୍ୟପକ୍ଷରେ ଲଜରୁମ ଭିତରୁ ମୃତଦେହ ଉଦ୍ଧାର ବେଳେ କିଛି ଖାଲି ବିଦେଶୀ ମଦ ବୋତଲ, ଆଧାର କାର୍ଡ଼ ୨୦ ହଜାର ଟଙ୍କା ଓ ଏକ ମୋବାଇଲ ଫୋନ ପୁଲିସ ଜବତ କରିଛି ଜବତ କରି ଘଟଣା ର ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁର କାରଣ ଏବେ ଅସ୍ପଷ୍ଟ ଥିଲେ ହେଁ ଅତ୍ୟଧିକ ମଦ୍ୟପାନ ଯୋଗୁଁ ହୃଦଘାତ ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ