ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୩ତମ ବାର୍ଷିକ ଖେଳକୁଦ ସମାରୋହ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୩ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଫୁଲବାଣୀ ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଏଏସ୍ଓ ସମୀର ନାଏକ , ସମ୍ମାନିତ ଅତିଥିଭାବେ କ୍ରୀଡ଼ା ଓ ଯୁବସେବାର ଓଏସ୍ଡ଼ି ସିଦ୍ଧାର୍ଥ ଶଙ୍କର ସାହୁ , ପରିଚାଳନା ସମିତିର ସଂପାଦକ ବିରଞ୍ଚି ନାରାୟଣ ମିଶ୍ର, ଯୁଗ୍ମ ସଂପାଦକ ଅଶୋକ କୁମାର ଶତପଥୀ , ଉପସଭାପତି ଚିତ୍ତ ରଂଜନ ମିଶ୍ର , ଉପଦେଷ୍ଟା ଗୋବିନ୍ଦ ନାୟକ , ଶୈକ୍ଷିକ ସଭାପତି ବାସୁଦେବ ପ୍ରହରାଜ ପ୍ରମୁଖ ଉପସ୍ଥିିତ ରହି କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ। ବିଭିନ୍ନ ବିଭାଗର ୭୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। କ୍ରିଡ଼ା ପରିଚାଳକ ଅନ୍ତର୍ଯ୍ୟାମୀ ରାଉତଙ୍କ ସମେତ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟ ଓ ସହ ପ୍ରଧାନଆଚାର୍ଯ୍ୟ ବୈଜୟନ୍ତି ସାମନ୍ତରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।